Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜୟ ଚୌକରୁ ସଂସଦ ଭବନ- ଶାସକ- ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଜୟ ଚୌକରୁ ସଂସଦ ଭବନ- ଶାସକ- ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

Key Points

  1. .ଶୀତ ଅଧିବେଶନର ଶେଷ ଦିନ- ନନାଙ୍କୁ ଧକ୍କା ପ୍ରସଙ୍ଗରେ ଘମାସାନ
    .ବିଜୟ ଚୌକରୁ ସଂସଦ ଭବନ- ଶାସକ- ବିରୋଧୀଙ୍କ ବିରୋଧ ପ୍ରଦର୍ଶନ
    .ହସପିଟାଲରେ ପ୍ରତାପ ଷଡ଼ଙ୍ଗୀ ଓ ମହେଶ ରାଜପୁତଙ୍କ ଚିକିତ୍ସା ଜାରୀ
    .ନନାଙ୍କୁ ଧକ୍କା ମାରିବା ଅଭିଯୋଗକୁ ଏଡ଼ାଇ ଗଲେ ରାହୁଲ ଗାନ୍ଧି
    .ରାହୁଲ ଓ ଖଡଗେଙ୍କ ବିରୋଧରେ ବିଜେପି ଆଣିଲା ସ୍ବାଧିକାର ଭଙ୍ଗ ମୋସନ
    .ହଟ୍ଟଗୋଳ ଓ ମୁଲତବୀରେ ଶେଷ ହୋଇଗଲା ସଂସଦର ଶୀତ ଅଧିବେଶନ

ଅର୍ଗସ ବ୍ୟୁରୋ: ଶନିବାର ସଂସଦ ପରିସରରେ ଘଟିିଥିବା ଅଭାବନୀୟ ଘଟଣାର ପ୍ରଭାବ ଶୁକ୍ରବାର ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ସାଂସଦଙ୍କୁ ଧକ୍କା ଓ ମହିଳା ସାଂସଦଙ୍କୁ ଅସଦାଚରଣ କରି ବିବାଦରେ ଫସିଥିବା ରାହୁଲ ଗାନ୍ଧିଙ୍କ ବିରୋଧରେ ସଂସଦ ପରିସରରେ ବିରୋଧ ପ୍ରଦର୍ଶନ କରିଥିଲେ ଏନଡିଏ ସାଂସଦ। ରାହୁଲ ଗାନ୍ଧିଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ ବିଜେପ ସାଂସଦ। ଏଥିସହ ଗତକାଲି ରାହୁଲ ଯେଉଁଭଳି ଆଚରଣ କଲେ ତାହା ତାଙ୍କ ଅପରିପକ୍ଲତାର ପ୍ରମାଣ ଦେଉଛି କହି ସମାଲୋଚନା କରିଥିଲେ ଏନଡିଏ ନେତା।


ସେପେଟ କାଉଣ୍ଟର ରଣନୀତି ଆପଣାଇଥିଲେ ବିରୋଧୀ। ଆମ୍ବେଦକରଙ୍କୁ ଅପମାନ ପ୍ରସଙ୍ଗରେ ବିଜୟ ଚୌକରୁ ରାଲିରେ ସଂସଦ ଭବନ ଯାଏ ଆସିଥିଲେ ବିରୋଧୀ ସାଂସଦ। ଆଉ ସିଧା ସିଧା ଗତକାଲି ରାହୁଲ ଗାନ୍ଧିଙ୍କ କାଣ୍ଡକୁ ଫାଙ୍କିବା ସହ ଏହ ବିଜେପିର ଷଡ଼ଯନ୍ତ୍ର ବୋଲି କରିଥିଲେ ପାଲଟା ଅଭିଯୋଗ। ସେପେଟ ଦିଲ୍ଲୀ ଆରଏମଏଲ ହସିପିଟଲରେ ଦୁଇ ଆହତ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମହେଶ ରାଜପୁତଙ୍କ ଚିକିତ୍ସା ଜାରୀ ରହିଛି। ଉଭୟଙ୍କୁ ଭେଟିବା ପାଇଁ ଆଜି ବହୁ ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ହସପିଟାଲ ଯାଇଥିଲେ। ଦୁଇ ଜଣଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି ବିଶେଷ କରି ନନାଙ୍କ ଦେହ ଦୁର୍ବଳ ଥିବା ତାଙ୍କୁ ଭେଟିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁକ୍ରବାର ଥିଲା ସଂସଦର ଶୀତ ଅଧିବେଶନର ଶେଷ ଦିନ। ଉଭୟ ସଦର ଅଧିକାଂଶ କାର୍ଯ୍ୟଦିବସ ଆଦାନୀ ଓ ଆମ୍ବେଦକର ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଲ ଯୋଗୁଁ ବରବାଦ ହୋଇଥିବା ବେଳେ ଶେଷ ଦିନରେ ବି ଦେଖିବାକୁ ମିଳିଥିବା ସମାନ ଅବସ୍ଥା। ବିଜେପି ପକ୍ଷରୁ ଲୋକସଭାରେ ରାହୁଲ ଗାନ୍ଧି ଓ ରାଜ୍ୟସଭାରେ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ହେବାରୁ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ସେପେଟେ ରାହୁଲ ଗାନ୍ଧି ଦୁଇ ସାଂସଦଙ୍କୁ ଧକ୍କା ମାରି ଆହତ କରିବା ଘଟଣା ବିରୋଧରେ ଓଡ଼ିଶା ସମେତ ସାରା ଦେଶରେ ବିଜେପି ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ରାହୁଲଙ୍କ ଆଚରଣକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି




Sponsored
Protests by the ruling and opposition parties from Vijay Chowk to Parliament House | Argus News