Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀର ବେଳାଭୂମିକୁ ପୁଣି ମିଳିଛି ବ୍ଲୁ ଫ୍ଲାଗ ମାନ୍ୟତା

Ritu Das
Browse all articles by Ritu Das
·1 year ago·1 min read
ପୁରୀର ବେଳାଭୂମିକୁ ପୁଣି ମିଳିଛି ବ୍ଲୁ ଫ୍ଲାଗ ମାନ୍ୟତା

ଅର୍ଗସ ବ୍ୟୁରୋ: ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିକୁ ଲଗାତାର ପୁଣି ମିଳିଛି ବ୍ଲୁ ଫ୍ଲାଗ ମାନ୍ୟତା l ପର୍ଯ୍ୟଟକଙ୍କ ପାଇଁ ହିତକର ସମୁଦ୍ର ସ୍ନାନ ଉପଯୋଗୀ ବ୍ୟବସ୍ଥା ଓ ଉନ୍ନତ ଭିତ୍ତିଭୂମି ଗୋଲ୍‌ଡେନ ବିଚ୍ ପାଇଁ ପୁଣି ଏହି ସଫଳତା ଆଣି ଦେଇଛି। ସମଗ୍ର ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ବେଳାଭୂମିକୁ ଉଦାହରଣ ଭାବେ ଉପସ୍ଥାପନ କରାଯାଇଛି। ଡେନମାର୍କ ଫାଉଣ୍ଡେସନ୍ ଫର ଏନ୍‌ଭାରମେଣ୍ଟାଲ୍ ଏଜୁକେସନ୍ ପକ୍ଷରୁ ପୁରୀର ପୁନର୍ବାର ସ୍ୱର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି l ଅହମ୍ମଦାବାଦରେ ଏକ ସ୍ବତନ୍ତ୍ର ଚୟନ କାର୍ଯ୍ୟକ୍ରମରେ ଜୁରିମାନେ ବ୍ଲୁ ଫୁଗ୍ ବିଚ୍ ର ବ୍ଲୁ ଫ୍ଲାଗ ମାନ୍ୟତା ପତାକା ପ୍ରଦାନ କରିଛନ୍ତି।


୮୭୦ ମିଟର ପରିମିତ ବେଳାଭୂମିରେ ସମୟ କ୍ରମେ ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି l ବେଳାଭୂମିକୁ ଆହୁରି ଉନ୍ନ‌ତ କରିବା ପାଇଁ ଏହା ମଧ୍ୟରେ ପରିବେଶ ଅନୁକୂଳ ଜଳକ୍ରୀଡ଼ା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି l ସଂପ୍ରତି ପରିବେଶକୁ ସୁହାଇବା ଭଳି ଜଳକ୍ରୀଡ଼ା ଆରମ୍ଭ କରିବାକୁ ଆଲୋଚନା ହୋଇଛି ତେଣୁ ପର୍ଯ୍ୟଟକମାନେ ଆଗାମୀ ଦିନରେ ଏହା ମଧ୍ୟରେ ଜଳକ୍ରୀଡ଼ାର ମଧ୍ୟ ସୁଯୋଗ ନେଇପାରିବେ ବୋଲି ଜିଲ୍ଲାପାଳ କହିଥିବାବେଳେ ପୁରୀ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri's beaches have again received the Blue Flag status | Argus News