Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତାକାଲିଠୁ ରାଜ୍ୟରେ ପୁଣି ହେବ ବର୍ଷା

Odisha

ଆସନ୍ତାକାଲିଠୁ ରାଜ୍ୟରେ ପୁଣି ହେବ ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆସନ୍ତାକାଲିଠୁ ରାଜ୍ୟରେ ପୁଣି ହେବ ବର୍ଷା

ଅର୍ଗସ ବ୍ୟୁରୋ:  ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ନେଇ ସତର୍କ କରାଇଲେ ଆଇଏମଡି ଡିଜି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ୨୪ ଓ ୨୫ ଦୁଇ ଦିନ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ମାଲକାନାଗିରି, କୋରାପୁଟ, ଖୋର୍ଦ୍ଧା, ନୟାଗଡ଼, କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଗଞ୍ଜାମ, ଜଗତସିଂହପୁର, ଗଜପତି, ରାୟଗଡ଼ା, ପୁରୀ, କଟକ, ମାଲକାନାଗିରି, କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ କମିବ ବର୍ଷାର ପରିମାଣ । କେବଳ ଉପକୂଳ ଓଡ଼ିଶା ଅର୍ଥାତ୍ ଗଞ୍ଜାମ, ଗଜପତିରେ ହାଲୁକା ବର୍ଷା ହେବା ସମ୍ଭାବନା । ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବ । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଚାଷୀ ଟିକେ ଅଣ୍ଟାସଳଖି ଛିଡା ହେବା ବେଳକୁ ପୁଣି ଆସୁଛି ବର୍ଷା । ନଜର ପକାନ୍ତୁ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଉପରେ । ଏ ଦୃଶ୍ୟ ଯାଜପୁରର । ପାଣିରେ ଭାସୁଛି ଏକର ଏକର ଜମିରେ ହୋଇଥିବା ପାଚିଲା ଧାନ l ବର୍ଷକର ଆହାର ଛଡେଇନେଲା ଅଦିନିଆ ବର୍ଷା l କେମିତି ଋଣ ସୁଝିବ ଓ ବର୍ଷକ ପାଇଁ ଆହାର ଯୋଗାଡ଼ କରିବ ସେଇ ଚିନ୍ତାରେ ଚାଷୀ l ରାଜ୍ୟର ଗଞ୍ଜାମ, ବୌଦ୍ଧ, ଢେଙ୍କାନାଳ
କେନ୍ଦ୍ରାପଡ଼ା, ଭଦ୍ରକ, କଟକରୁ ଆସିଛି ଏପରି ଚିତ୍ର ।


ଆଜି ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର, ପାଙ୍ଗିଡି, ପଙ୍କଳବାଡ଼ି ଓ ପୋଚାଲୁଣ୍ଡି ଠାରେ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ ଫସଲ ବୁଲି ଦେଖିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ପରିବାର ବର୍ଗଙ୍କୁ ଭେଟି ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ତିନି ଦିନରେ ଆସିବ ଅଦିନିଆ ବର୍ଷାରେ ଚାଷର କ୍ଷୟକ୍ଷତି ରିପୋର୍ଟ । ଏହାପରେ ୫ଦିନରେ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ । ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହେଇଚି। ଯେଉଁ ଜିଲ୍ଲାରେ ଅଧିକ କ୍ଷତି ହେଇଚି ସେହି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଆକଳନ ପାଇଁ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Rain expected in the state from tomorrow | Argus News