Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ବେଳାଭୂମିରେ ଅସୁରକ୍ଷିତ ବିରଳ ଅଲିଭ୍ ରିଡଲେ କଇଁଛ

Smruti Parija
Browse all articles by Smruti Parija
·1 year ago·2 min read
ପୁରୀ ବେଳାଭୂମିରେ ଅସୁରକ୍ଷିତ ବିରଳ ଅଲିଭ୍ ରିଡଲେ କଇଁଛ

Key Points

  • ପୁରୀ ବେଳାଭୂମିରେ ଅସୁରକ୍ଷିତ ବିରଳ ଅଲିଭ୍ ରିଡେଲ କଇଁଛ
  • ନୋ ଫିସିଂ ଜୋନ୍ କଟକଣାକୁ କରାଯାଉଛି ଖୋଲାଖୋଲି ଉଲ୍ଲଘଂନ
  • ନିଷିଦ୍ଧାଞ୍ଚଳରେ ବେଆଇନ୍ ଭାବେ ଦୈନିକ ମାଛ ମାରୁଛନ୍ତି ଶହ ଶହ ଟ୍ରଲର୍ ଟ୍ରଲର୍
  • ଡଙ୍ଗା ଅବାଧ ଚଳପ୍ରଚଳ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି କଇଁଛ
  • ଏଯାବତ 7ରୁ ଅଧିକ ଟ୍ରଲର୍ ଜବତ କରିସାରିଲାଣି ମତ୍ସ୍ୟ ବିଭାଗ

ଅର୍ଗସ ବ୍ୟୁରୋ: ପ୍ରହସନ ପାଲଟିଛି ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା । ନୋ ଫିସିଂ ଜୋନ୍ କଟକଣାକୁ ଉଲଙ୍ଘନ କରି ଦୈନିକ ମାଛ ମାରୁଛନ୍ତି ଶହ ଶହ ଟ୍ରଲର୍ । ପୁରୀ ଜିଲ୍ଲା ଦେବୀ ମୁହାଣଠୁ ପ୍ରାୟ ୨୦ କିମି ବ୍ୟାପ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓ ସମୁଦ୍ର ଭିତରକୁ ୫ କିମି ଅଞ୍ଚଳକୁ ନୋ ଫିସିଂ ଜୋନ୍ ଘୋଷଣା କରାଯାଇଛି । ହେଲେ ନିୟମ ନମାନି ବେଆଇନ୍ ଭାବେ ମାଛ ମାରୁଛନ୍ତି ଟ୍ରଲର୍ । ଟ୍ରଲର୍, ଡଙ୍ଗା ସମୁଦ୍ରର ନିଷିଦ୍ଧାଞ୍ଚଳରେ ଅବାଧ ଚଳପ୍ରଚଳ କରୁଥିବାରୁ କଇଁଛ ମାନେ କୂଳରେ ପହଞ୍ଚିବା ଆଗରୁ ଆଘାତ ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ପୁରୀ ଜିଲ୍ଲାର ଅରଖକୁଦା, ଦେବୀ ନଦୀ ମୁହାଣ ସହ ପୁରୀ ଉପକୂଳକୁ ଅସୁରକ୍ଷିତ ହୋଇପଡିଛି କଇଁଛଙ୍କ ଜୀବନ । ଏପରି ହେବା ଦ୍ବାରା ଅଣ୍ଡା ଦେବା ପାଇଁ ଅଲିଭ ରିଡଲେ କଇଁଛ ଆଉ ଆସିବେ ନାହିଁ । ଯାହା ଫଳରେ ବିଗିଡିଯିବ ଜୈବ ବିଭିଧତା ବୋଲି କହିଛନ୍ତି ପରିବେଶବିତ୍ ।


ନିୟମନୁଯାୟୀ, ଯେଉଁମାନେ ନିଷିଦ୍ଧାଞ୍ଚଳରେ ମାଛ ଧରିବେ କି ଯନ୍ତ୍ରଚାଳିତ ବୋଟ୍‌ କି ଟ୍ରଲର୍ ଚଳାଚଳ କରାଇବେ, ସେମାନେ ଓଡ଼ିଶା ମେରାଇନ୍‌ ଫିସିଂ ରେଗୁସେନ୍‌ ଆଇନ-୧୯୮୨ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ଦଣ୍ଡିତ ହେବେ । ଏଥିସହ ଜବତ ଟ୍ରଲରରୁ ମାଛ ନିଲାମ କରିବ ମତ୍ସ୍ୟ ସଂପଦ ବିଭାଗ । ଆଉ ନିଲାମ ଦର ଯେତିକି ହେବ, ତାର ୫ ଗୁଣା ଜରିମାନା ଆଦାୟ ହେବ । ହେଲେ ଅସ୍ତରଙ୍ଗରେ ଜବତ ହେଉଥିବା ଟ୍ରଲରଠୁ ନିଲାମ ଜାଲିଆତି ସହ କମ୍ ଜରିମାନା ଆଦାୟ କରି ଖସାଇ ଦିଆଯାଉଥିବାର ଅଭିଯୋଗ କରିଛନ୍ତି ପୁରୀ ଜିଲା ପାରମ୍ପରିକ ମତ୍ସ୍ୟଜୀବୀ ସଙ୍ଘ । ତେବେ ଏଯାବତ୍ ୭ରୁ ଅଧିକ ଟ୍ରଲର୍ ଜବତ କରି ସାରିଲାଣି ମତ୍ସ୍ୟ ବିଭାଗ । ଅନ୍ୟପଟେ ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ପୁରୀ ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
rare-olive-ridley-turtle-in-danger-at-puri-beach | Argus News