Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତଥ୍ୟ, ତର୍କ ସହ ପାଣ୍ଡିଆନ୍ କିପରି ବିଜେଡିକୁ ଅକ୍ତିଆର୍ କଲେ ତାର ଖୁଲାସା କଲେ ରୁବେନ ବାନାର୍ଜୀ

Ritu Das
Browse all articles by Ritu Das
·1 year ago·2 min read
ତଥ୍ୟ, ତର୍କ ସହ ପାଣ୍ଡିଆନ୍ କିପରି ବିଜେଡିକୁ ଅକ୍ତିଆର୍ କଲେ ତାର ଖୁଲାସା କଲେ ରୁବେନ ବାନାର୍ଜୀ

ଅର୍ଗସ ବ୍ୟୁରୋ: ବିଜେଡି ପରାଜୟ ପଛରେ ପାଣ୍ଡିଆନ୍ ଙ୍କ ଭୂମିକା ବିଷୟରେ ଲେଖିଲେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି । କିଛି କ୍ରିତଦାସିଆ ମନୋବୃତ୍ତିର ନେତାଙ୍କ ଦେହରେ ଲାଗିଲା କଣ୍ଟା । ଦଳର ଉପନେତା ତଥା ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ରୁବେନଙ୍କ ଲେଖାରେ ସତ୍ୟତା ଥିବା କହି ଦେଲେ ସ୍ବୀକୃତି । କିନ୍ତୁ ପାଣ୍ଡିଆନଙ୍କ କଥାରେ ରୁବେନଙ୍କୁ କାଉଣ୍ଟର କରିବାକୁ ସାମ୍ନାକୁ ଆସିଗଲେ ବିଧାୟକ ଅରୁଣ ସାହୁ । ଯାହାର ଜବାବରେ ରୁବେନ କହିଛନ୍ତି ପାଣ୍ଡିଆନଙ୍କ ପାଇଁ ବାହାରିଛନ୍ତି ଅରୁଣ। ବିଜେଡିର ପାଣ୍ଡିଆନ୍ ମାର୍କା ନେତାଙ୍କ ଦେହରେ କାହିଁକି କଣ୍ଟା ଲାଗିଛି ତାହା ଉପରେ ଥରେ ନରଜ ପକାନ୍ତୁ... । ମୁଖ୍ୟ କାରଣ ହେଉଛି "Pandian Puzzle"....ନବୀନ ପଟ୍ଟନାୟକ...the authoritative biography... revised after 2024 elections" ରୁବେନ ବାନାର୍ଜୀଙ୍କ ଏହି ଅଧ୍ୟାୟ ପାଣ୍ଡିଆନ ରହସ୍ୟକୁ ଅନେକ ମାତ୍ରାରେ ସାର୍ବଜନୀନ କରିଛି । 2018 ପରେ ଅଧିକ ବଢିଥିଲା ପାଣ୍ଡିଆନଙ୍କ ପ୍ରଭାବ ।


ନିର୍ବାଚନ ବେଳେ ପାଣ୍ଡିଆନ ଯେତେ ବୁଲିଲେ ବି ବିଜେଡ଼ି ଭିତରେ ତାଙ୍କୁ ବିରୋଧ କରୁଥିଲେ ନେତା । ପାଣ୍ଡିଆନଙ୍କୁ ବିଜେଡ଼ି ନେତା କହିଥିଲେ intelligent fool. 2024 ନିର୍ବାଚନରେ ନବୀନ ହାରିବାର ଅନ୍ୟତମ କାରଣ କାରଣ ଥିଲେ ପାଣ୍ଡିଆନ । 2019ରେ ବିଜେଡିର ଇଲେକ୍ସନ ରୁମ ପାଣ୍ଡିଆନ ମ୍ୟାନେଜ କରୁଥିଲେ । 2024ରେ ପାଣ୍ଡିଆନ ନିଜେ ପ୍ରଚାରରେ ବାହାରିଲେ । ଇଲେକ୍ସନ ରୁମ୍ ମ୍ୟାନେଜ କରିବା ପାଇଁ ଲୋକ ନଥିଲେ । ଜଣେ ଆଇପିଏସ ଅଫିସର ଓ ଅନ୍ୟ ଅଧିକାରୀ ମାନେ ତୃଣମୂଳ ସ୍ତରରେ ଲୋକଙ୍କ ମତ ପରିବର୍ତ୍ତନ ଓ ଟଙ୍କା ବଣ୍ଟା ହିସାବକୁ ଠିକ୍ ଭାବେ ମ୍ୟାନେଜ କରିପାରିଲେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସାଧାରଣ ନିର୍ବାଚନ ସମୟରେ ପାଣ୍ଡିଆନ୍ ଙ୍କ ପାଇଁ ବିଜେଡିର ନେତା ମନ୍ତ୍ରୀ ଟେଣ୍ଟ ବନ୍ଧା ଠୁ ନେଇ ଟ୍ରାଫିକ୍ ଜଗୁଆଳି ସାଜୁଥିଲେ । ଏପରିକି ତାଙ୍କ କ୍ରୀତଦାସ ବୋଲି ଅତି ଗର୍ବର ସହକାରେ କିଛି ନେତା ନିଜକୁ ପ୍ରତିପାତିଦ କରୁଥିଲେ । ତାହା ବୁମେରାଂ ହେଲା ଆଉ ଦଳ ପରାଜୟ ବରଣ କଲା ଏପରିକି ଦଳ ଭିତରୁ ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କଲେ ପୁରୁଖା ନେତା ତଥା ପ୍ରତିଷ୍ଠାତା ସଦସ୍ୟ । ଯାହା ପରେ ସନ୍ୟାସ ନେବା ନାଁରେ ପୁଣି ଥରେ ନବୀନଙ୍କ ପଛରେ ରହି ଦଳ ଚଳାଉଥିବା ପାଣ୍ଡିଆନ୍ ଙ୍କ ଅସଲ ମୁଖା ରୁବେନ ଖୋଲିବା ପରେ ସେହିଭଳି କିଛି କ୍ରୀତଦାସିଆ ନେତାଙ୍କ ଦେହରେ କଣ୍ଟା ଭଳି ଫୋଡି ହୋଇଥିବା କୁହାଯାଉଛି।

Sponsored
Ruben Banerjee Reveals How Pandian Conquered BJJ With Facts, Logic | Argus News