|
logo
Live

Argus News - ଡ୍ରାଇଭରଙ୍କୁ ଶୁଆଇ ଦେବନାହିଁ ସାଇରନ୍

Odisha

ଡ୍ରାଇଭରଙ୍କୁ ଶୁଆଇ ଦେବନାହିଁ ସାଇରନ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଡ୍ରାଇଭରଙ୍କୁ ଶୁଆଇ ଦେବନାହିଁ ସାଇରନ୍

Key Points

ଡ୍ରାଇଭରଙ୍କୁ ଶୁଆଇ ଦେବନାହିଁ ସାଇରନ୍
ନିଦ ଲାଗୁଥିଲେ ଡ୍ରାଇଭରଙ୍କୁ କରିବ ଆଲର୍ଟ
ରାଜ୍ୟର ସବୁ ବସରେ ଲାଗିବ ସ୍ମାର୍ଟ ଡିଭାଇସ୍
ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ନୂଆବର୍ଷରେ ମୋହନ ମାଝୀ ଦେଲେ ନୂଆ ଆହ୍ବାନ, ସମସ୍ତେ ସୁରକ୍ଷିତ ଘରକୁ ଫେରନ୍ତୁ

ଅର୍ଗସ ବ୍ୟୁରୋ:  ସଡ଼କ ଦୁର୍ଘଟଣା ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା। ନୂଆ ବର୍ଷର ନୂଆ ଆହ୍ବାନ ଦେଇଛନ୍ତି ମୋହନ ମାଝୀ। Come Home Safe । ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମର ଉଦଘାଟନ କରି ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସଡ଼କ ଦୁର୍ଘଟଣା କମାଇବାକୁ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଏଣିକି ପ୍ରତି ବସରେ ଲାଗିବ ସ୍ମାର୍ଟ ଡିଭାଇସ୍। ଯାହା ଡ୍ରାଇଭରଙ୍କୁ ସାବଧାନ କରାଇବ। ଗାଡ଼ି ଚଲାଇବା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଗଲେ ଏହାକୁ ଜାଣିବ ଅତ୍ୟାଧୁନିକ ଡିଭାଇସ। ଡ୍ରାଇଭର ଢୁଳାଇଲେ ସାଇରନ ବଜାଇ ଆଲର୍ଟ କରାଇବ। ଏତିକି ନୁହେଁ ମଦ ପିଇ ବା ଅନ୍ୟ କୌଣସି ନିଶା ସେବନ କରି ଡ୍ରାଇଭିଂ କରୁଥିଲେ ବି ସେ ସମ୍ପର୍କରେ ଜଣାଇବ ଡିଭାଇସ। ଡ୍ରାଇଭର ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଲେ ସେ ବାବଦରେ ବି ସାଇରନ୍ ଦେଇ ସୁଚାଇବ ସ୍ମାର୍ଟ ଡିଭାଇସ। ଦୁର୍ଘଟଣା ରୋକିବାକୁ ହେଲେ ସମସ୍ତେ ଜାତୀୟ ସଡକ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ସ୍ମାର୍ଟ ଡିଭାଇସ ଖୁବ ଶୀଘ୍ର ରାଜ୍ୟରେ ସବୁ ବସରେ ଲଗାଯିବ। ପରିବହନ ବିଭାଗ ପ୍ରମୁଖ ସଚିବ କହିଛନ୍ତି ଏଥିପାଇଁ ସ୍ବତନ୍ତ୍ର ଅର୍ଥ ବରାଦ କରିବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛି ବସ ମାଲିକ ସଂଘ।

ରାଜ୍ୟରେ ଆଜିଠୁ ଗଡ଼ିଛି ସଡ଼କ ସୁରକ୍ଷା ସଚେତନତା ରଥ। ସଡ଼କ ଦୁର୍ଘଟଣା ଏବେ ପାଲଟିଛି ମହାମାରୀ। ଅନେକ ପରିବାରର କ୍ଷତି ହେଉଛି। ଏଣୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ସଚେତନତା ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ୨ ଚକିଆ ଗାଡ଼ି ଚାଳକ ହେଲମେଟ୍ ପିନ୍ଧିବା ଓ ୪ ଚକିଆ ଗାଡ଼ିର ଡ୍ରାଇଭର ସିଟ୍ ବେଲ୍ଟ ନିହାତି ଲଗାଇବାକୁ ପରାମର୍ଶ ଦିଆଯାଇଛି।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଡ୍ରାଇଭରଙ୍କୁ ଶୁଆଇ ଦେବନାହିଁ ସାଇରନ୍ | Argus News