ସକାଳର କିଛି ମୁଖ୍ୟ ଖବର ସଂକ୍ଷେପରେ...

୧- ହଜାର ହଜାର ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ... ବଲାଙ୍ଗୀର ଜିଲ୍ଲା ଖଇରଗୁଡ଼ା ଓ କୁମୁରିଆ ଗାଁ ଚଳଚଞ୍ଚଳ... ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା ପହଞ୍ଚିବା ପରେ ପର୍ବ ପାଳିତ... ଶୁଳିଆ ପୀଠରେ ପ୍ରବଳ ଭିଡ଼, ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା
୨- ସମ୍ବଲପୁରର ୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଅଭିଯୋଗ ଘଟଣା....ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତ ଡ୍ରାଇଭରକୁ ୩ଦିନ ରିମାଣ୍ଡରେ ଅଣାଯିବ....ଅଭିଯୁକ୍ତ ବାରମ୍ବାର ବୟାନ ବଦଳାଉଥିବାରୁ ପୋଲିସ ପାଇଁ ଚ୍ୟାଲେଞ୍ଜ...ଗତ ୩ ତାରିଖରେ ୫୩ ନମ୍ବର ଜାତୀୟ ରାଜପଥରେ କାରକୁ ଧକ୍କା ଦେଇଥିଲା ହାଇଓ୍ବା
୩- ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା... ଅଭିଯୁକ୍ତ ଅନିଲ ମହାନ୍ତିଙ୍କ କମ୍ପାନୀ ଉପରେ ଆୟକର ବିଭାଗର ଚଢାଉ.... ଅଫିସ ସମେତ ଘରେ ବି ଚାଲିଛି ରେଡ୍ .... ଅନିଲଙ୍କ ସ୍ତ୍ରୀ କୁହାଯାଉଥିବା ହଂସିତାଙ୍କ ଘରେ ମଧ୍ୟ ଘାଣ୍ଟୁଛି ଆୟକର ବିଭାଗ .... ଅନିଲଙ୍କ ଦୁଇ କମ୍ପାନୀର କାଗଜ ପତ୍ରର ଚାଲିଛି ଯାଞ୍ଚ
୪- ପାଞ୍ଚ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ କୋଣାର୍କ ଇକୋରିଟ୍ରିକଟରେ ରାତ୍ରି ଯାପନ କରିଥିଲେ ଏସ୍.ଜୟଶଙ୍କର। ତେବେ ଏବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଛନ୍ତି
୫- ନେପାଳରେ ବଡ଼ ଧରଣର ଭୂମିକମ୍ପ....ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରେକର୍ଡ....ଭୂମିକମ୍ପର ପ୍ରଭାବରେ ଦିଲ୍ଲୀ-ଏନସିଆର ସହ ଉତ୍ତର ଭାରତ ଥରି ଉଠିଲା.....ବିହାରରେ ମଧ୍ୟ ଭୂମିକମ୍ପର ପ୍ରଭାବ.
୬- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ....ନିର୍ବାଚନ କମିଶନଙ୍କ ପକ୍ଷରୁ ଅପରାହ୍ନ ୨ଟା ବେଳେ ତାରିଖ ଘୋଷଣା....ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ବାଜିବ ବିଗୁଲ....୨୦୨୦ ନିର୍ବାଚନରେ ଆପ୍ ପାଇଥିଲା ୬୨ଟି ଆସନ, ବିଜେପିକୁ ମିଳିଥିଲା ୮ଟି ସିଟ୍
୭- ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବଡ଼ ଆକ୍ରମଣ ପରେ ଜୋରଦାର ସର୍ଚ୍ଚ ଅପରେସନ....ଜଙ୍ଗଲରେ କମ୍ବିଂ କରୁଛନ୍ତି ସୁରକ୍ଷା ବାହିନୀ....ଗତକାଲି ସୁରକ୍ଷାବାହିନୀଙ୍କ ଗାଡ଼ିକୁ IEDରେ ବିସ୍ଫୋରଣ କରିଥିଲେ ମାଓବାଦୀ.....DRGର 8 ଯବାନ ଓ ଜଣେ ଡ୍ରାଇଭର ହୋଇଥିଲେ ସହିଦ....ସେପଟେ ୮ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି....୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବା ପ୍ରତିଜ୍ଞାକୁ ସେ ଦୋହରାଇଛନ୍ତି।
୮-ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ….ଆସନ୍ତା ୮ରେ ଆନ୍ଧ୍ରରେ ୨ ଲକ୍ଷ କୋଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ...9ରେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ହେବେ ସାମିଲ...ପ୍ରବାସୀ ଭାରତୀୟ ଏକ୍ସପ୍ରେସର କରିବେ ଶୁଭାରମ୍ଭ
୯- ଆଗାମୀ ଇଂଲଣ୍ଡ ସିରିଜ ଭାରତକୁ ଲାଗିଛି ବଡ ଝଟକା....ଅଷ୍ଟ୍ରେଲିଆ ଗସ୍ତର ଶେଷ ମୁକାବିଲାରେ ଯଶପ୍ରୀତ ବୁମ୍ରା ଆହତ ହୋଇଥିବା ବେଳେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ଖେଳିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
୧୦- ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଖୁବ୍ଶୀଘ୍ର ୨୦୨୫ରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ସହ ପରଦାକୁ ଆସୁଛନ୍ତି.....ଆସନ୍ତା ଜାନୁୟାରୀ ୨୪ରେ ଅକ୍ଷୟଙ୍କର ଆକ୍ସନ୍-ପ୍ୟାକ୍ ଫିଲ୍ମ ‘ସ୍କାଏ ଫୋର୍ସ’ ରିଲିଜ୍ ହେବାକୁ ଯାଉଛି....ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହାର ଦମଦାର ଟ୍ରେଲରକୁ ଜାରି କରାଯାଇଛି