ଦିନବେଳର କିଛି ଖାସ ଖବର ସଂକ୍ଷେପରେ...

୧- ଆଉ କିଛି ସମୟ ପରେ ନୂଆ ଇତିହାସ ରଚିବା ଅପେକ୍ଷାରେ ଇସ୍ରୋ....ସ୍ପେଶ ଡକିଂ ମିଶନର ସାଟେଲାଇଟସ ଡକିଂ ଟ୍ରାଏଲ କରିଛି ଇସ୍ରୋ....SDX01 ଓ SDX02 ଉଭୟ ସାଟେଲାଇଟକୁ ସଫଳତାର ସହ 15 ମିଟର ଓ ପରେ ପୁଣି ଥରେ 3 ମିଟର ଦୂରତାକୁ ଆଣାଯାଇଥିଲା.....
୨- ଦେଶରେ HMPV ସଂକ୍ରମିତଙ୍କ ସଂଖ୍ୟା 13କୁ ବୃଦ୍ଧି...ଆସାମରେ ପ୍ରଥମ HMPV ସଂକ୍ରମିତ ଶିଶୁ ଚିହ୍ନଟ... ବୟସ୍କ ମଧ୍ୟ ଆକ୍ରାନ୍ତ ହେଉଥିବାରୁ ବଢିଲା ଚିନ୍ତା ...ବିଦେଶୀ ଓ ପ୍ରବାସୀଙ୍କ ଚେକିଂ କଡ଼ାକଡ଼ି...ସତର୍କ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ...ଭାଇରସ ସଂକ୍ରମଣକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହଇଛି ଆଲର୍ଟ..
୩- ଆଜିଠାରୁ 3 ଦିନ ପାଇଁ ରତ୍ନଭଣ୍ଡାର ମରାମତି ବନ୍ଦ...13 ତାରିଖରେ ପୌଷ ପୂର୍ଣ୍ଣିମା, ମହାପ୍ରଭୁଙ୍କ ସୁନାବେଶ, 14ରେ ପଡୁଛି ମକର ସଂକ୍ରାନ୍ତି... ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ ବନ୍ଦ ରହିବ.... 16 ତାରିଖରୁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପୁର୍ନବାର ଆରମ୍ଭ ହେବ ମରାମତି କାର୍ଯ୍ୟ ….
୪- ଡ୍ରିମ୍ସ ବିଶ୍ଵବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ
୫- ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ.....ସାରା ଦେଶ ପାଳୁଛି ଜାତୀୟ ଯୁବ ଦିବସ... ଦେଶ ନିର୍ମାଣରେ ବିବେକାନନ୍ଦଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ....ଆଜିର ଦିନରେ ୟୁଥ୍ ଲିଡରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି....
୬- କାଲିଠୁ ଆରମ୍ଭ ହେବାକୁ ଯାଉଛି ପ୍ରୟାଗରାଜରେ ମହାକୁମ୍ଭ … କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି… 12 ବର୍ଷ ପରେ ହେଉଥିବା ମହାକୁମ୍ଭକୁ ନେଇ ଆଧ୍ୟାତ୍ମିକ ଉତ୍ସାହର ବାତାବରଣ…
୭- ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ଶୁକ୍ରବାର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଫଳରେ ୩,୦୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ ହେବା ସହ ଅନେକ ହଜାର ବିମାନ ବିଳମ୍ବିତ ହୋଇଛି।
୮- ଲସ ଆଞ୍ଜେଲସରେ ଭୟାବହ ନିଆଁ....ହଲିଉଡ ସେଲିବ୍ରିଟିଙ୍କ ସମେତ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି.....ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ପ୍ରାୟ ୧୨,୦୦୦କୋଠାରେ ନିଆଁ ଲାଗିବା ସହ ମୋଟ ୭,୦୦୦ ଏକର ଜମି ପୋଡ଼ି ଯାଇଛି .....ନିଆଁ ଲିଭାଇବାକୁ ଦମକଳ ବାହିନୀର ଉଦ୍ୟମ ଜାରି ରହିଛି
୯- ବଲିଉଡର ଚକୋଲେଟ ହିରୋ କାର୍ତ୍ତିକ ଆର୍ଯ୍ୟନ ରିଏଲ ଲାଇଫରେ ପାଇଛନ୍ତି ଏକ ବଡ଼ ସଫଳତା । ରିଲ ଲାଇଫରେ ଜଣେ ମେଗା ଷ୍ଟାର ପରିଚୟ ପାଇବା ପରେ ଏକାଡେମିକ ଲାଇଫରେ ପାଇଛନ୍ତି ନୂଆ ପରିଚୟ....୧୦ ବର୍ଷର କଠିନ ପରିଶ୍ରମ ପରେ ଇଞ୍ଜିନିୟର ଭାବରେ ଡିଗ୍ରୀ ହାସଲ କରିଛନ୍ତି କାର୍ତ୍ତିକ ।
୧୦- ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା...୧୫ ଜଣିଆ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର ଯାଦବ...ଟିମକୁ ଫେରିଲେ ପେସ୍ ବୋଲର ମହମ୍ମଦ ସାମି... ଦ୍ୱିତୀୟ ୱିକେଟ କିପର ଭାବେ ସ୍ଥାନ ପାଇଲେ ଧ୍ରୁବ ଜୁରେଲ୍...ରିଷଭ ପନ୍ତଙ୍କୁ ମିଳିଲାନି ସୁଯୋଗ...