Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁରୀରେ ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା

Odisha

ପୁରୀରେ ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁରୀରେ ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା

ଅର୍ଗସ ବ୍ୟୁରୋ:   ଇଂରାଜୀ ନବବର୍ଷ ଭିଡ ଭିତରେ ଦିବ୍ୟାଙ୍ଗ ଓ ସିନିଅର ସିଟିଜେନଙ୍କୁ ଦର୍ଶନ କରାଇବେ ପୋଲିସର ସ୍ଵତନ୍ତ୍ର ଟିମ୍ ଓ ଯୁବଶକ୍ତି ଭଲ୍ୟୁଣ୍ଟିଅର। ଶ୍ରୀମନ୍ଦିର ପରିସରରେ ଦୁଇ ଭାଗରେ ପୋଲିସ ମୁତୟନ । ଜନଗହଳି ପୂର୍ଣ୍ଣ ସ୍ଥାନରେ ରହିବେ ଆଣ୍ଟି ସ୍ନାଚିଂ ଟିମ୍ । ମନ୍ଦିର ଭିତରେ ୫ଟି ଜୋନ ଓ ମନ୍ଦିର ବାହାରେ ୬ଟି ଜୋନରେ ପୋଲିସ ଟିମ କରିବେ ଭିଡ ନିୟନ୍ତ୍ରଣ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବି ଇନ ସାଇଡ ଓ ଆଉଟ୍ ସାଇଡ ଦୁଇ ଭାଗରେ କରିବେ ଟ୍ରାଫିକ କଣ୍ଟ୍ରୋଲ । ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ନାକା ବା ଅବରୋଧ ।


ପାର୍କିଂରେ ବି ହେବେ ପୋଲିସ ମୁତୟନ । ୨୪ ଘଣ୍ଟା କାମ କରିବ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ । ଜିଲ୍ଲାର ପ୍ରବେଶ ପଥ ଉତ୍ତରା ନିକଟରେ ରହିବ ନାକା ବ୍ୟବସ୍ଥା, ସମୁଦ୍ର କୂଳରେ ରହିବ ସ୍ବତନ୍ତ୍ର ଆଉଟ୍ ପୋଷ୍ଟ । ମୁତୟନ ୧୨୦ ଲାଇଫ ଗାର୍ଡ । ।କୋଣାର୍କ, ରାମଚଣ୍ଡି, ସାତପଡା, ଯାହାନିଆ ପିର, ବାଲି ହରଚଣ୍ଡି ଭଳି ପର୍ଯ୍ୟଟନ ସ୍ଥାନରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା । ନୂଆ ବର୍ଷରେ ଭିଡ ନିୟନ୍ତ୍ରଣ ପାଇଁ ପୁରୀରେ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ । ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ ,୧୦ ଅତିରିକ୍ତ ଏସପି ,୩୩ ଡି ଏସ ପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ରହିବେ ୬୨ ଇନ୍ସପେକ୍ଟର। ୨୪୫ ସଂଖ୍ୟାରେ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ୩୦ ହାବିଲଦାର ,୨୯୦ ଜଣ କନଷ୍ଟେବଳ ବା ସିପାହୀ ପାହ୍ୟା କର୍ମଚାରୀ ମୁତୟନ ରହିବେ। ଏଥିସହିତ ୩୮ ଜଣ ଟ୍ରେନି ହାବିଲଦାର କନଷ୍ଟେବଳ ଙ୍କ ସମେତ ୬୫୦ ଗୃହରକ୍ଷୀ ହେବେ ମୁତୟନ ହେବା ନେଇ ଡି ଆଇ ଜି ଚରଣ ସିଂ ମିନା କହିଛନ୍ତି!

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Special arrangements in view of the English New Year crowd in Puri | Argus News