Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୃଷ୍ଟି ହେବେ ଅଧିକ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି - ମୁଖ୍ୟମନ୍ତ୍ରୀ

Odisha

ସୃଷ୍ଟି ହେବେ ଅଧିକ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି - ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago
ସୃଷ୍ଟି ହେବେ ଅଧିକ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି - ମୁଖ୍ୟମନ୍ତ୍ରୀ

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।


ଏହି ସୁଧ ମୁକ୍ତ ୠଣ ମୁକ୍ତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ । ଆଜି ଏହାକୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ପରବର୍ତ୍ତୀ ବର୍ଷ ଗୁଡିକ ପାଇଁ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ନେଇପାରିବେ । ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମହିଳା ଭାଗିଦାରୀ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅର୍ଥନୀତି ସୁଦୃଢ ହେବ ବୋଲି ସେ କହିଛନ୍ତି।

Argus Whatsapp Channel Mobile Top
Sponsored
state-government-continues-interest-free-loan-scheme-for-women-self-help-groups | Argus News