Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଦୂର କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

Odisha

ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଦୂର କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

Argus News
Browse all articles by Argus News
·1 year ago·2 min read
ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଦୂର କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

Key Points

ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଦୂର କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ
ବିକ୍ରି ବନ୍ଦ ଯୋଗୁଁ ହନ୍ତସନ୍ତ ଜମି ମାଲିକ ଓ କ୍ରେତାଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଆଶ୍ବସ୍ତି
ଡିସେମ୍ବର 31 ମିଟିଂରେ ବାହାରିବ ସମାଧାନର ରାସ୍ତା
ଆବଶ୍ୟକ ପଡ଼ିଲେ ରେରା ଆଇନରେ ହେବ ସଂଶୋଧନ
ବେଆଇନ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନର ବି ହେବ ଖୋଳତାଡ଼

ଅର୍ଗସ ବ୍ୟୁରୋ: ନୂଆ ବର୍ଷରୁ ଦୂର ହେବ ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା। ଦୂର ହେବ ଅଚଳାବସ୍ଥା। ଜାନୁଆରୀ ମାସରୁ ବିକ୍ରି ହୋଇପାରିବ ପାର୍ଟପ୍ଲଟ୍ । ପାର୍ଟ ପ୍ଲଟ୍ ବିକ୍ରି ବନ୍ଦ ଯୋଗୁଁ ହନ୍ତସନ୍ତ ହେଉଥିବା ଜମି ମାଲିକ ଓ କ୍ରେତାଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଏ ସମ୍ପର୍କରେ ଆସନ୍ତା 31 ତାରିଖରେ ଅଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଯେଉଁଥିରେ ସମାଧାନର ବାଟ ବାହାରିବା ନେଇ ଆଶା ବ୍ୟକ୍ତ କରିଛନ୍ତି ସୁରେଶ ପୂଜାରୀ। ଆବଶ୍ୟକ ହେଲେ ସରକାର ରେରା ଆଇନ ସଂଶୋଧନ କରିବେ। ଖାଲି ଏତିକି ନୁହେଁ 2022ରେ ପାର୍ଟ ପ୍ଲଟ୍ ବିକ୍ରି ଉପରେ କଟକଣା ଲଗାଯିବା ପରେ ହୋଇଥିବା ସବୁ ବେଆଇନ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନର ଖୋଳତାଡ଼ ହେବ। 31 ଜଣ ଜିଲ୍ଲା ରେଜିଷ୍ଟ୍ରାର୍, ସବ ରେଜିଷ୍ଟ୍ରାରଙ୍କ ତାଲିକା ପ୍ରସ୍ତୁତ କରିଛି ରାଜସ୍ବ ବିଭାଗ । ସେମାନଙ୍କର ଉଦ୍ଦେଶ୍ୟ ଥିଲା, ତାର ତଦନ୍ତ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।


2022 ମସିହାରେ ବିଜେଡି ସରକାର ସମୟରେ ଜମି ପ୍ଲଟ୍ କୁ ସବ ପ୍ଲଟ କରି ବିକ୍ରି କରିବା ଉପରେ ଲଗାଗଲା କଟକଣା । କିନ୍ତୁ ପୂର୍ବଭଳି ଚାଲିଥିଲା ଜମି ବିକ୍ରି । ଅଫିସିଆଲି ବାଟ ବନ୍ଦ ଥିବାବେଳେ ଗଳା ବାଟ ଦେଇ ହେଉଥିଲା ମୋଟା ଅଙ୍କର ଲାଞ୍ଚ କାରବାର। ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସର ଜୁନିୟର କ୍ଲର୍କ ଦେବଯାନୀ କର ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଖୋଲିଥିଲା ଏହାର ଗୁମର। ଯାହାଙ୍କ ଅଫିସ୍ ଆଲମୀରାରୁ ଜବତ ହେଲା ନଗଦ 15 ଲକ୍ଷ ଟଙ୍କା । କେବଳ ଖଣ୍ଡଗିରି ସବ୍ ରେଜିଷ୍ଟ୍ରାର୍ ଅଫିସରେ ଗୋଟିଏ ସବ୍ ପ୍ଲଟ୍ ରେଜିଷ୍ଟ୍ରେସନ୍ ପାଇଁ ଲାଞ୍ଚର ରେଟ୍ 20 ହଜାର ଟଙ୍କା । ଜମିର ଆକାର ହିସାବରେ ଲାଞ୍ଚ ପରିମାଣ ବି ବଢ଼େ। ଗୋଟିଏ ଗୋଟିଏ ଦିନ ଏ ଅଫିସରେ 100ଟି ସବ୍ ପ୍ଲଟ୍ ରେଜିଷ୍ଟ୍ରେସନ ହେଉଥିଲା । ଅର୍ଥାତ୍ ପ୍ରତିଦିନ କୋଟି କୋଟି ଟଙ୍କାର ଲାଞ୍ଚ କାରବାର । ଆଉ ଏଥିରୁ ଭାଗ ବଣ୍ଟା ହୁଏ କିରାଣି, ଅଫିସରଙ୍କଠାରୁ ନେଇ ଦଲାଲଙ୍କ ଯାଏଁ। ଲାଞ୍ଚ ଆଦାୟ ପାଇଁ ସବରେଜିଷ୍ଟ୍ରାର୍ ଅଫିସରେ ରହିଛି ପୁରା ନେଟୱର୍କ । ଅଭିଯୋଗ ବିଜେଡି ଶାସନ ଥିବାବେଳେ ନେତା ଓ ମନ୍ତ୍ରୀ ମାନେ ବି ଲାଞ୍ଚ ଟଙ୍କାରୁ ମୋଟା ଅଙ୍କର ଭାଗ ନିଅନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government steps to resolve part plot sale problem | Argus News