ବିକାଶ ମେଳାରେ "ବାରମାସରେ ତେର ପର୍ବ" ର ହୃଦୟସ୍ପର୍ଶୀ ନୃତ୍ୟ ଉପସ୍ଥାପନା

Key Points
ରାଜ୍ୟସ୍ତରୀୟ ବିକାଶ ମେଳା ରେ ପଲ୍ଲୀ ନୃତ୍ୟ ପ୍ରଦର୍ଶନ
ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ହୋଇଛି ବିକାଶ ମେଳା
ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟଗୁରୁ ଜିତୁ ଦାଶଙ୍କ ନିର୍ଦ୍ଦେଶନାରେ ଏକ ପଲ୍ଲୀ ନୃତ୍ୟ ‘ବାରମାସରେ ତେର ପର୍ବ’ ଉପସ୍ଥାପନ କରାଯାଇଥିଲା
ଅଭିନୟ, ଅନୁଭୂତିମୟ ନୃତ୍ୟ ଓ ଉତ୍ତମ ପରିବେଷଣ ଦ୍ବାରା ଏହି ଉପସ୍ଥାପନା ବିଶେଷ ଭାବେ ପ୍ରଶଂସା ଓ ଦର୍ଶକଙ୍କ ଭଲପାଇବା ଅର୍ଜନ କରିଥିଲା
ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ବିକାଶ ମେଳାରେ ଆମ ଅଞ୍ଚଳର ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟଗୁରୁ ଜିତୁ ଦାଶଙ୍କ ନିର୍ଦ୍ଦେଶନାରେ ଏକ ପଲ୍ଲୀ ନୃତ୍ୟ ‘ବାରମାସରେ ତେର ପର୍ବ’ ଉପସ୍ଥାପନ କରାଯାଇଥିଲା।
📱 Get Argus News App
✨ଗାଁ ର ବୋହୁ ଯେତେବେଳେ ମୁଣ୍ଡ ରେ ଓଢ଼ଣା, ମଥା ରେ ସିନ୍ଦୂର ଦେଇ ସଂସ୍କୃତି ପରମ୍ପରା କୁ ଜାବୁଡି ଧରି ବାରମାସ ରେ ତେର ପର୍ବ ରେ ମାଟି ମନସ୍କ ହୋଇ ଆବୋରି ନେଇଥାଏ ତାର ଛୋଟିଆ ସଂସାର କୁ, ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ କୁ ଉପସ୍ଥାପନା କରିଥିଲେ ନୃତ୍ୟ ଶିଳ୍ପୀ ଶୁଭଶ୍ରୀ ଦାଶ, ଦେବହୁତି ପଟ୍ଟନାୟକ, ସ୍ବର୍ଣ୍ଣ ପ୍ରଭା ଦାସ, ଅରଶ୍ମିତା ତ୍ରିପାଠୀ, ପରିଣତି ଚକ୍ର, କ୍ରୀଷ୍ଣା ପ୍ରିୟଦର୍ଶନୀ, ସୁଶ୍ରୀ ସଂଗୀତା ପାଢ଼ୀ, ପ୍ରୀତିପ୍ରତ୍ୟୁଷା ମଲ୍ଲିକ, ଆରାଧ୍ୟା ସାହୁ, ଲିଜାରାଣୀ ସାହୁ, ପ୍ରିୟଙ୍କା ସାହୁ, ଦୁର୍ଗା ରାଣୀ ଖୁଣ୍ଟିଆ, ମୋନିକା ଦାଶ,ପ୍ରାଚୀ ପାରମିତା ଦାଶ, ବିନୋଦ ଓଝା ଓ ନୃତ୍ୟ ଗୁରୁ ଙ୍କ ସମେତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇ ଥିଲେ l
ସେମାନଙ୍କର ଅଭିନୟ, ଅନୁଭୂତିମୟ ନୃତ୍ୟ ଓ ଉତ୍ତମ ପରିବେଷଣ ଦ୍ବାରା ଏହି ଉପସ୍ଥାପନା ବିଶେଷ ଭାବେ ପ୍ରଶଂସା ଓ ଦର୍ଶକଙ୍କ ଭଲପାଇବା ଅର୍ଜନ କରିଥିଲା।