Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ନେହର ଛାୟା ତଳେ - ଅରଫାନ ସର୍ଭେ ଦ୍ୱାରା ଆରମ୍ଭ ହେଲା ଉଦ୍ୟମ

Sudeshna Mishra
Browse all articles by Sudeshna Mishra
·1 year ago·2 min read
ସ୍ନେହର ଛାୟା ତଳେ - ଅରଫାନ ସର୍ଭେ ଦ୍ୱାରା ଆରମ୍ଭ ହେଲା ଉଦ୍ୟମ

Key Points

ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅରଫାନ ସର୍ଭେ - ୨୦୨୫


ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଜୁଲାଇ ମାସ ୨୧ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ପିତୃମାତୃହୀନ ଶିଶୁଙ୍କର ଚିହ୍ନଟ ସହିତ ନିର୍ଦ୍ଦିଷ୍ଟ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି


ଏଥିରେ ଉଭୟ ପିତାମାତାଙ୍କୁ ହରାଇ ଥିବା ଶିଶୁ, ପିତାଙ୍କୁ ହରାଇ ମାତାଙ୍କ ସହିତ କିମ୍ବା ମାତାଙ୍କୁ ହରାଇ, ୪୦%ରୁ ଅଧିକ ଭିନ୍ନକ୍ଷମ/ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତ କାରଣରୁ ରୋଜଗାରହୀନ ପିତାଙ୍କ ସହିତ ରହୁଥିବା ଶିଶୁମାନଙ୍କୁ ଚିହ୍ନଟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି


ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଯଶୋଦା ଯୋଜନାରେ ପ୍ରତି ଚାରି ବର୍ଷରେ ଥରେ ସାରା ରାଜ୍ୟରେ ଏହି ସର୍ଭେ କରିବାର ବ୍ୟବସ୍ଥା ରହିଛି 


ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅରଫାନ ସର୍ଭେ - ୨୦୨୫। ଜୁଲାଇ ୧୧ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଜୁଲାଇ ମାସ ୨୧ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ପିତୃମାତୃହୀନ ଶିଶୁଙ୍କର ଚିହ୍ନଟ ସହିତ ନିର୍ଦ୍ଦିଷ୍ଟ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିରେ ଉଭୟ ପିତାମାତାଙ୍କୁ ହରାଇ ଥିବା ଶିଶୁ, ପିତାଙ୍କୁ ହରାଇ ମାତାଙ୍କ ସହିତ କିମ୍ବା ମାତାଙ୍କୁ ହରାଇ , ୪୦%ରୁ ଅଧିକ ଭିନ୍ନକ୍ଷମ/ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତ କାରଣରୁ ରୋଜଗାରହୀନ ପିତାଙ୍କ ସହିତ ରହୁଥିବା ଶିଶୁମାନଙ୍କୁ ଚିହ୍ନଟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧ ଜୁନ, ୨୦୨୫ ମସିହା ସୁଦ୍ଧା ଜନ୍ମରୁ ୧୮ ବର୍ଷ ବୟସ ଯାଏଁ ଶିଶୁ ଓ ନାବାଳକମାନଙ୍କୁ ଏଥିରେ ଚିହ୍ନଟ କରାଯିବ। ଏହା ପରବର୍ତ୍ତୀ ସମୟରେ ଚିହ୍ନଟ ଶିଶୁମାନଙ୍କର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଯତ୍ନ, ସୁରକ୍ଷା ତଥା ଥଇଥାନ ଯୋଜନା ପ୍ରସ୍ତୁତିରେ ସହାୟକ ହେବ।


ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଯଶୋଦା ଯୋଜନାରେ ପ୍ରତି ଚାରି ବର୍ଷରେ ଥରେ ସାରା ରାଜ୍ୟରେ ଏହି ସର୍ଭେ କରିବାର ବ୍ୟବସ୍ଥା ରହିଛି । ଉକ୍ତ ବ୍ୟବସ୍ଥାର ଅନୁପାଳନ ସ୍ୱରୂପ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜିଲ୍ଲାମାନଙ୍କ ପାଇଁ ଅରଫାନ ସର୍ଭେ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିପାଇଁ ରାଜ୍ୟସ୍ତରରେ ସ୍ୱତନ୍ତ୍ର ଫର୍ମ ପ୍ରସ୍ତୁତ ହେବା ସହିତ ଜିଲ୍ଲାସ୍ତରରେ ମାଷ୍ଟର ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ ତାଲିମ ଦାତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ଏବଂ ଏହି ତାଲିମଦାତାମାନେ ଅଙ୍ଗନବାଡି କର୍ମୀଙ୍କୁ ସର୍ଭେ ସମ୍ଭନ୍ଧୀୟ ତାଲିମ ଓ ସୂଚନା ପ୍ରଦାନ କରିଛନ୍ତି। ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ସଂଗୃହିତ ତଥ୍ୟକୁ ସୁପରଭାଇଜରଙ୍କ ଦ୍ୱାରା ତଦାରଖ ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ଜରିଆରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଶିଶୁର ତଥ୍ୟକୁ 'ଆମରି ଶିଶୁ' ପୋର୍ଟାଲରେ ଦାଖଲ କରାଯିବ। ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଏହି ତଥ୍ୟକୁ ସମ୍ମିଳିତ କରି ସବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ, ଶିଶୁଙ୍କର ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଏବଂ ଅଂଶଗ୍ରହଣ କରିବାର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁର ଚିହ୍ନଟ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ପରବର୍ତ୍ତୀ ସମୟରେ ଚିହ୍ନଟ ଶିଶୁମାନଙ୍କ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଆବଶ୍ୟକତା ଅନୁସାରେ ଯୋଜନା ଓ ନୀତି ପ୍ରଣୟନ ତଥା ସଂଶୋଧନ ଏବଂ ଶିଶୁ କଲ୍ୟାଣ କମିଟି ମାନଙ୍କ ଦ୍ୱାରା କ୍ୟାମ୍ପ ସିଟିଙ୍ଗ ମାଧ୍ୟମରେ ପରବର୍ତ୍ତୀ ପଦକ୍ଷେପ ପାଇଁ ସହାୟକ ହେବ। ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କୁ ଏଥିରେ ସହଯୋଗ ସହିତ, ଏହାକୁ ସଫଳ କରିବା ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।


Sponsored
state-govt.orphan-survey-2025 | Argus News