Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୋରିଗୁମାରେ ବୁଲା କୁକୁରଙ୍କ ଉତ୍ପାତ: ୬ବର୍ଷର ଝିଅକୁ ଝୁଣି ମାରିଦେଲେ

Ritu Das
Browse all articles by Ritu Das
·1 year ago
ବୋରିଗୁମାରେ ବୁଲା କୁକୁରଙ୍କ ଉତ୍ପାତ: ୬ବର୍ଷର ଝିଅକୁ ଝୁଣି ମାରିଦେଲେ

ଅର୍ଗସ ବ୍ୟୁରୋ: ବୁଲା କୁକୁର ଝୁଣି ଝୁଣି ନେଇଗଲା କୁନି ଝିଅର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବୋରିଗୁମା ଫୁଫୁଗାଁରେ। 6ବର୍ଷର ଚାନ୍ଦିନୀ ହରିଜନ ନିଜ ଭାଇ ସହ ଘର ନିକଟରେ ଥିବା ଜମିରେ ଖେଳିବାକୁ ଯାଇଥିଲେ । ସେହି ସମୟରେ ଚାରିରୁ ପାଞ୍ଚ ଗୋଟି ବୁଲା କୁକୁର ଆସି ପ୍ରଥମେ ଚାନ୍ଦିନୀକୁ ଆକ୍ରମଣ କରିଥିଲେ । ଭାଇ ଭୟରେ ସେହି ସ୍ଥାନରୁ ଦୌଡ଼ି ଆସି ଗାଁରେ ଖବର ଦେଇଥିଲା ।


ସଙ୍ଗେ ସଙ୍ଗେ କିଛି ଲୋକ କୁକୁରଙ୍କୁ ଗୋଡାଇବା ପରେ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କୁମୁଲିପୁଟ ମେଡ଼ିକାଲକୁ ନେଇଥିଲେ । କିନ୍ତୁ ଡାକ୍ତର ଚାନ୍ଦିନୀଙ୍କୁ ମୃତ ଘୋଷଣା କରିଥିଲେ। ଚାନ୍ଦିନୀ ଫୁପୁଗାଁରେ ନିଜ ଅଜା ଆଈଙ୍କ ଘରେ ରହି ପାଠ ପଢୁଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stray dog ​​attack in Boriguma: A 6-year-old girl was mauled to death | Argus News