Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଇକେଲରେ ବୁଲୁଛନ୍ତି ସାରା ଓଡିଶା, ଦେଉଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସାଇକେଲରେ ବୁଲୁଛନ୍ତି ସାରା ଓଡିଶା, ଦେଉଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା

ମାଲକାନଗିରି : ସାଇକେଲ ଯୋଗେ ଓଡିଶା ଭ୍ରମଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ସମ୍ବଲପୁର ଯୁବକ ଶୁଭମ ବାରିକ। ବୟସ ୨୧ ହୋଇଥିବା ବେଳେ ଶୁଭମ ଯୁବ ପିଢୀଙ୍କୁ ପରିବେଶ ସୁରକ୍ଷା ଓ ଲୋକଟିଏକୁ ଗଛ ଟିଏ ବାର୍ତ୍ତା ନେଇ ସାରା ଓଡିଶା ସାଇକେଲରେ ଘୁରି ବୁଲୁଛନ୍ତି। ତେବେ ଏହି କ୍ରମରେ ସେ ମାଲକାନଗିରି ଜିଲ୍ଲାରେ ପହଞ୍ଚିଥିବା ବେଳେ ପ୍ରଥମେ ମାଥିଲି ଠାରେ ଥାନା ଅଧିକାରୀ ଓ ପରେ ମାଲକାନଗିରି ଜିଲ୍ଲା ସଦରରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ଵାଗତ କରାଯାଇ ତାଙ୍କୁ ସହାୟତା ଯୋଗାଇଛନ୍ତି। ଶୁଭମଙ୍କ ଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଅଟେ। ଏକ ଗରିବ ପରିବାରରେ ଜନ୍ମ ଶୁଭମ ପିଲାଟି ଦିନୁ ପରିବେଶକୁ ଜୀବ ଜଗତର ମୁଖ୍ୟ ସମ୍ପଦ ରୂପେ ଗ୍ରହଣ କରି ପରିବେଶ ସୁରକ୍ଷା ପାଇଁ ନିଜେ କୌଣସି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଏହା ସହ ବର୍ତ୍ତମାନ ସ୍ଥିତିରେ ବଢୁଥିବା ପ୍ରଦୂଷଣ ଓ ତାପମାତ୍ରକୁ ରୋକି ଜୀବ ଜଗତର ସୁରକ୍ଷା ପାଇଁ ସାଇକେଲ ଯାତ୍ରା ମାଧ୍ୟମରେ ସାରା ଓଡିଶା ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଶୁଭମ। ପରିବେଶ ବଞ୍ଚେଇବା ଲାଗି ବାର୍ତା ଦେବା ପାଇଁ ଡିସେମ୍ବର୨୭ ତାରିଖ ଠାରୁ ବାହାରି ଝାରସୁଗୁଡା, ସୁନ୍ଦର ଗଡ, କେନ୍ଦୁଝର, ମୟୂର ଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗସିଂହ ପୁର,କଟକ, ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ରାୟଗଡା, କୋରାପୁଟ ଯାଇ ୫୩ଦିନ ପରେ ଏବେ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି। ଜିଲ୍ଲାର ପରେ ମାଥିଲି ଥାନା ଅଧିକାରୀ ତାଙ୍କୁ ଗୋଲାପ ଫୁଲ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ସହ ତାଙ୍କର ଏହି ମହତ କାର୍ଯ୍ୟକୁ ବେସ ପ୍ରଶଂସା କରିଥିଲେ। ସେହିପରି ଶୁଭମ ଏହାପରେ ମାଲକାନଗିରି ଆସିବା ପରେ ତାଙ୍କୁ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ସ୍ଵଗତ ଜଣାଇବା ସହ ତାଙ୍କର ରାତ୍ରି ଜାପନ ପାଇଁ ବ୍ୟବସ୍ତା କରାଇଥିଲେ। ଶୁଭମଙ୍କ ଏପରି ବାର୍ତ୍ତାକୁ ସ୍ଥାନୀୟ ଅଞ୍ଚଳର ଯୁବ ପିଢୀ ମଧ୍ୟ ବେଶ ପ୍ରଶଂସା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subham is traveling all over Odisha on a bicycle, giving the message of environmental protection | Argus News