ବାଲୁକାକଳାରେ ଜାକିର ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୁଦର୍ଶନ

ଅର୍ଗସ ବ୍ୟୁରୋ : ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇ ଆଖି ବୁଜିଛନ୍ତି ତବଲା ସମ୍ରାଟ ଜାକିର ହୁସେନ୍। ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ବାଲୁକାକଳାରେ ଜାକିର ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। 73 ବର୍ଷ ବୟସରେ ଫୁସଫୁସ୍ ଫାଇବ୍ରୋସିସରେ ଜାକିର ହୁସେନ୍ ମୃତ୍ୟୁବରଣ କରିଥିବାରୁ ତାଙ୍କୁ 73ଟି ବାଲିରେ ନିର୍ମିତ ତବଲା ଗଢି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସୁଦର୍ଶନ। ତବଲା ବାଦକ ଜାକିର ହୁସେନଙ୍କ ମୃତ୍ୟୁ ଭାରତ ତଥା ବିଶ୍ୱ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ସୁଦର୍ଶନ। ୧୯୫୧ରେ ଉସ୍ତାଦ ଆଲ୍ଲା ରାଖାରେ ଜନ୍ମଗ୍ରହଣ କରିଥିବା ଜାକିର ପିଲାଦିନରୁ ଅତ୍ୟନ୍ତ ପ୍ରତିଭାଶାଳୀ ଥିଲେ। ସେ ୭ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ। ଜାକିର କେବଳ ଜଣେ ମହାନ ତବଲା ବାଦକ ନୁହଁନ୍ତି ବରଂ ଜଣେ ଉତ୍କୃଷ୍ଟ ସଂଗୀତଜ୍ଞ ମଧ୍ୟ ଥିଲେ। ତାଙ୍କୁ ଉଭୟ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ଜାକିରଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଥିଲା। ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହା ପରେ ତାଙ୍କୁ ୨୦୦୨ରେ ପଦ୍ମ ଭୂଷଣ ଏବଂ ୨୦୨୩ରେ ପଦ୍ମବିଭୂଷଣ ପରି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୯୦ରେ ତାଙ୍କୁ ସର୍ବୋଚ୍ଚ ସଂଗୀତ ସମ୍ମାନ ‘ସଂଗୀତ ନାଟକ ଏକାଡେମୀ ପୁରସ୍କାର’ ମଧ୍ୟ ପ୍ରଦାନ କରାଯାଇଥିଲା। ତେଵେ ସୁଦର୍ଶନ ତାଙ୍କ ବାଲୁକାକଳାରେ ଜାକିର ହୁସେନଙ୍କ ପ୍ରତିକୃତି ନିର୍ମାଣ କରିବା ସହ 73ଟି ତବଲା ଗଢି TABLA KI SAMRAT ZAKIR HUSSAIN ର ବାର୍ତ୍ତା ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟପଟେ ପର୍ଯ୍ୟଟକ ମାନେ ମଧ୍ୟ ତାଙ୍କ ବିୟୋଗରେ ଦୁଖଃ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଛନ୍ତି।