ବିଶ୍ଵର ସର୍ବବୃହତ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରି ସୁଦର୍ଶନଙ୍କ ନୂଆ ରେକର୍ଡ
·1 year ago

ଅର୍ଗସ ବ୍ୟୁରୋ : ଶିଳ୍ପୀ ସୁଦର୍ଶନଙ୍କ ନାଁରେ ନୂଆ ରେକର୍ଡ । ୱାଲ୍ଡ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ରେକର୍ଡରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନଙ୍କ ବାଲୁକା କଳା । କ୍ରିସମାସ୍ ଉପଲକ୍ଷେ ବିଶ୍ଵର ସର୍ବବୃହତ ସାଣ୍ଟା କ୍ଲଜ୍ ବାଲୁକା କଳା ପ୍ରସ୍ତୁତ କରିଥିଲେ ସୁଦର୍ଶନ । ଏହି ବାଲୁକା କଳାରେ ୫୫୦ କେଜି ଚକୋଲେଟ୍ ବ୍ୟବହାର ହୋଇଛି ।
୧୬୦ ଫୁଟ୍ ଲମ୍ବା ଓ ୧୦୦ ଫୁଟ୍ ଚଉଡା ଅର୍ଥାତ୍ ୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ଏହି କଳାଟି ପ୍ରସ୍ତୁତ ହୋଇଛି । ପୁରୀ ବେଳାଭୂମିରେ ଏହି ବାଲୁକା କଳାଟିର କୃତିତ୍ୱ ପାଇଁ ସୁଦର୍ଶନଙ୍କୁ ଶୁଭେଛା ଜଣାଇଛନ୍ତି ୱାର୍ଲ୍ଡ ରେକର୍ଡ ବୁକ ଅଫ ଇଣ୍ଡିଆର ମୁଖ୍ୟ ସମ୍ପାଦକ ସୁଷମା ନର୍ଭେକର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: