ବଢିଲା 'ଅର୍ଗସ ସ୍ୱାଦ ଓଡିଶା ସିଜିନ ୩'ର ମେଗା ଅଡିସନ ଆବେଦନ ପାଇଁ ଶେଷ ତାରିଖ

Key Points
ପ୍ରତିଯୋଗୀଙ୍କ ବଢୁଥିବା ଆଗ୍ରହ ଓ ପ୍ରତିଯୋଗିତା ପାଇଁ ଦର୍ଶକଙ୍କ ଭଲପାଇବା ବଢାଇଛି 'ଅର୍ଗସ ସ୍ୱାଦ ଓଡିଶା ସିଜିନ ୩'ର ମେଗା ଅଡିସନର ଆବେଦନ ପାଇଁ ଶେଷ ତାରିଖ
ଅପେକ୍ଷା ନକରି ସୁନ୍ଦର ରୋଷେଇର ଭିଡିଓ ପଠାନ୍ତୁ ଆମ ୱାଟସ୍ ଆପ ନମ୍ବର ୮୦୯୩୯୫୪୦୨୪କୁ ଓ ଆଉ ମେଗା ଅଡିସନରେ ଭାଗ ନିଅନ୍ତୁ।
ରେସିପି ଭିଡିଓ ପଠାଇବାର ଶେଷ ତାରିଖ ଏବେ ଜୁନ ୧୦, ୨୦୨୫।
ପ୍ରତିଯୋଗୀଙ୍କ ବଢୁଥିବା ଆଗ୍ରହ ଓ ପ୍ରତିଯୋଗିତା ପାଇଁ ଦର୍ଶକଙ୍କ ଭଲପାଇବା ବଢାଇଛି 'ଅର୍ଗସ ସ୍ୱାଦ ଓଡିଶା ସିଜିନ ୩'ର ମେଗା ଅଡିସନର ଆବେଦନ ପାଇଁ ଶେଷ ତାରିଖ । ସୋସିଆଲ ମିଡିଆରେ ପ୍ରତିଯୋଗୀଙ୍କ ପ୍ରଶ୍ନ ଓ ବଢୁଥିବା ଆଗ୍ରହ ପାଇଁ ଶେଷ ତାରିଖ ମେ ୩୧ ବଦଳରେ ଜୁନ ୧୦କୁ ଘୁଞ୍ଚିଲା ।
ଅର୍ଗସ ନ୍ୟୁଜରେ ପ୍ରସାରିତ ଓଡିଶାର ପ୍ରଥମ ରିଆଲିଟି ଶୋ,'ଅର୍ଗସ ସ୍ୱାଦ ଓଡିଶା ସିଜିନ-୨' ବିଜୟୀ ମୁକୁଟ ପିନ୍ଧିଥିଲେ ଅମୃତା ପାଣିଗ୍ରାହୀ। ଆଉ ଆପଣ ମାନେ ସୁନ୍ଦର ରେସିପି ପ୍ରସ୍ତୁତ କରି ହୋଇପାରିବେ ସ୍ବାଦ ଓଡ଼ିଶା ସିଜିନ ୩ର ବିଜେତା। ଏଥର ସ୍ଵାଦ ହେବ ନିଆରା ଏହାର ଦୁଇଟି ସିଜିନ୍ ସରିଥିବାବେଳେ ପୁଣି ଥରେ ସିଜିନ ୩କୁ ନେଇ ଅର୍ଗସର ଏହି ପ୍ରୟାସ ଆରମ୍ଭ ହୋଇଛି। ନିଆରା ରଙ୍ଗରେ ସିଜିନ୍ ୩ ଆସିବାକୁ ଯାଉଛି।
ଘରେ ଥିବା ଗୃହିଣୀମାନେ ନିଜର ରୋଷେଇ ପ୍ରତିଭାକୁ ପ୍ରସ୍ଫୁଟିତ କରିବାକୁ ଅର୍ଗସର ଏହି ପ୍ରୟାସ। ତେଣୁ ଆଉ ଅପେକ୍ଷା ନକରି ସୁନ୍ଦର ରୋଷେଇର ଭିଡିଓ ପଠାନ୍ତୁ ଆମ ୱାଟସ୍ ଆପ ନମ୍ବର ୮୦୯୩୯୫୪୦୨୪କୁ ଓ ଆଉ ମେଗା ଅଡିସନରେ ଭାଗ ନିଅନ୍ତୁ। ରେସିପି ଭିଡିଓ ପଠାଇବାର ଶେଷ ତାରିଖ ଏବେ ଜୁନ ୧୦, ୨୦୨୫।