Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ: ପୃଥ୍ବୀରାଜ

Odisha

ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ: ପୃଥ୍ବୀରାଜ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ:  ପୃଥ୍ବୀରାଜ

ଅର୍ଗସ ବ୍ୟୁରୋ: ଜିରୋ ନାଇଟରେ ଚୋରା ମଦ ବିକ୍ରି ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଜିରୋ ନାଇଟ ପାଇଁ ଦିଆଯିବ ନାହିଁ କୌଣସି ଅସ୍ଥାୟୀ ଲାଇସେନ୍ସ । ଚୋରା ମଦ ବିକ୍ରି କଲେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ । ଜିରୋ ନାଇଟ ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଆଗାମୀ ଜାନୁଆରୀ ଶେଷ ପର୍ଯ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାକୁ କଡା ଚେକିଂ ପାଇଁ ଜଣାଇ ଦିଆଯାଇଛି । ଦିନ କେଇଟା ପରେ ନୂଆବର୍ଷକୁ ସ୍ୱାଗତ କରିବ ସାରା ପୃଥିବୀ ।


ସବୁଠି ହେବ ଜିରୋ ନାଇଟ ସେଲିବ୍ରେସନ । କିନ୍ତୁ ସେଲିବ୍ରେସନର ୪ ଦିନ ପୂର୍ବରୁ ଲାଗିଛି ସରକାରୀ କଟକଣା । ଜିରୋ ନାଇଟ ସେଲିବ୍ରେସନ ପାଇଁ ଆଇନ୍ ବ୍ୟବସ୍ଥାକୁ କଡ଼ା କଡ଼ି କରିଛଇ ଓଡ଼ିଶା ପୋଲିସ । ସାରା ସହର ସିସିଟିଭିର ନଜରରେ ରହିବ ବୋଲି କୁହାଯାଇଛି । ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲରାନ୍ସକୁ ଅପଣାଇଛି ପୋଲିସ । ସେଲିବ୍ରେସନ କରିବା ପାଇଁ ପ୍ରଥମେ ପୋଲିସର ଅନୁମତି ବାଧ୍ୟତାମୂଳକ ହୋଇଛି । ମଦୁଆ ଏବଂ ରୋଡ ରୋମିଓଙ୍କ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Temporary license will not be given for Zero Night: Prithviraj harichandan | Argus News