Videos
|
Odisha

ୟୁକାଲିପଟାସ ଜଙ୍ଗଲରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

Ritu Das
Browse all articles by Ritu Das
·1 year ago
ୟୁକାଲିପଟାସ ଜଙ୍ଗଲରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ହନୁମାନ ଛକ ନିକଟରେ ଥିବା ୟୁକାଲି ପଟାସ ଜଙ୍ଗଲରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଛି। କୌଣସି ଦୁବୃର୍ତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ଏନେଇ ୫ଏକର ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି।


ଜଙ୍ଗଲରେ ଥିବା ବନ୍ୟ ଜନ୍ତୁ ମାନେ ଭୟରେ ଜଙ୍ଗଲ ଛାଡି ପଳାଉ ଛନ୍ତି , ଜଙ୍ଗଲରେ ଥିବା ଔଷଧୀୟ ବୃକ୍ଷ ମଧ୍ୟ ଜଳି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The fire is slowly burning in the eucalyptus forest | Argus News