Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷ ପରେ ବର୍ଷ ବିତୁଛି ସରୁନି କାମ, ଅଧା ତିଆରି ପୋଲ ଦେଉଛି ଯନ୍ତ୍ରଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବର୍ଷ ପରେ ବର୍ଷ ବିତୁଛି ସରୁନି କାମ, ଅଧା ତିଆରି ପୋଲ ଦେଉଛି ଯନ୍ତ୍ରଣା

Key Points

ଜାମୁନାଲି ବିଜୁସେତୁ ଯୋଜନାର ମନ୍ଥର ଗତି
ବର୍ଷ ପରେ ବର୍ଷ ବିତୁଛି ସରୁନି କାମ
ଅଧା ତିଆରି ପୋଲ ଦେଉଛି ଯନ୍ତ୍ରଣା

ବୌଦ୍ଧ ପଳସାଗୋରା ପଂଚାୟତ ଗୁଆବାହାଲ ଜାମୁନାଲି ସେତୁ l ଭଲ କରି ଦେଖନ୍ତୁ ଏହି ଚିତ୍ରକୁ ନାଳରେ ପାଣି ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇ ପୋଲ ତଳ ଡାଇଭର୍ଶନ ପୋଲ ଦେଇ ଲୋକମାନେ ଦୟନୀୟ ଅବସ୍ଥାରେ ଯାତାୟତ କରୁଛନ୍ତି l ଟିକିଏ ବର୍ଷା ହେଲେ ଏହି ରାସ୍ତାରେ ଯିବା ଆସିବା ବନ୍ଦ ହୋଇଯାଏ l ବୌଦ୍ଧ ଜିଲ୍ଲା ପଳସାଗୋରା ପଞ୍ଚାୟତ ଦପଳା ଦେଇ ଗୁଆବାହାଲ ଗାଁକୁ ସଂଯୋଗ କରୁଛି ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ପୋଲ କାମ ତିନିବର୍ଷ ହେଲା କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରୁନାହିଁ l

ପ୍ରାୟ ଛଅ କୋଟି 38ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ବ୍ରିଜ ନିର୍ମାଣକାମ ଚାଲିଛି । ଏହି କାମ 22.06.2023ରେ ଆରମ୍ଭ ହୋଇ 21.06.2025ରେ ସରିବା କଥା l ମାତ୍ର ପୋଲର ପାଞ୍ଚଟି ପିଲାର ମଧ୍ୟରୁ କେବଳ ଦୁଇଟି ପିଲାର ହୋଇଥିବା ବେଳେ ଆହୁରି ତିନିଟି ପିଲାର କାମ ବାକି ଅଛି । ମାତ୍ର କାମ ଅବଧିର ସମୟ ଶେଷ ହୋଇଥିଲେ ବି ଠିକାଦାର ଓ ଯନ୍ତ୍ରୀଙ୍କ ମନୋମୁଖୀ କାମ ଯୋଗୁଁ ଯାତାୟତରେ ସମସ୍ୟା ଭୋଗିବାକୁ ପଡୁଛି l ବର୍ଷ ପରେ ବର୍ଷ ବିତିଲେବି ସରୁନି କାମ। ପ୍ରକଳ୍ପର ମନ୍ଥର ଗତି ବଢିଛି ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-half-built-bridge-is-giving-pain-of-villagers | Argus News