Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବହୁ ପ୍ରତିକ୍ଷିତ ହଂସପାଳ ଓଭରବ୍ରିଜ ଉଦ୍‌ଘାଟିତ

Ritu Das
Browse all articles by Ritu Das
·1 year ago·1 min read
ବହୁ ପ୍ରତିକ୍ଷିତ ହଂସପାଳ ଓଭରବ୍ରିଜ ଉଦ୍‌ଘାଟିତ

ଅର୍ଗସ ବ୍ୟୁରୋ: ବହୁ ପ୍ରତିକ୍ଷିତ ହଂସପାଳ ଓଭରବ୍ରିଜ ଉଦଘାଟିତ । ଉଦଘାଟନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । 24 କୋଟିର ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ । ଜାତୀୟ ରାଜପଥରେ ମରଣାଯନ୍ତା ପାଲଟି ଥିଲା ହଂସପାଳ କ୍ରସିଂ। ପୂର୍ବ ସରକାରରେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ବିଳମ୍ବ ହେଉଥିଲା ପ୍ରକଳ୍ପ। ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ 2020ରୁ ଆରମ୍ଭ ହୋଇଥିଲେ ବି ସରିବା ପାଇଁ ବିଳମ୍ବ ହେଉଥିଲା। ଏ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାରମ୍ବାର ପ୍ରଚେଷ୍ଟା ଏବଂ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଭେଟି ଆଲୋଚନା କରିଥିଲେ ।


ଅଗଷ୍ଟ 2024ରେ ଏହି ଓଭରବ୍ରିଜର ଗୋଟେ ପଟ, କଟକରୁ ଭୁବନେଶ୍ୱର ସାଇଡକୁ ଉଦଘାଟନ ହୋଇଥିବା ବେଳେ ଆଜି ଭୁବନେଶ୍ୱରରୁ କଟକ ଆଡକୁ ଓଭରବ୍ରିଜ ଉଦଘାଟନ ହୋଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ଭୁବନେଶ୍ୱର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The much awaited Hanspal overbridge has been inaugurated | Argus News