Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆପଣ ଜାଣନ୍ତି କି ସ୍ନାନମଣ୍ଡପ ଶ୍ରୀମନ୍ଦିର ବେଢ଼ାର ପରିସର କେତେ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆପଣ ଜାଣନ୍ତି କି ସ୍ନାନମଣ୍ଡପ ଶ୍ରୀମନ୍ଦିର ବେଢ଼ାର ପରିସର କେତେ?

Key Points

ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ସ୍ନାନମଣ୍ଡପ ଶ୍ରୀମନ୍ଦିର ବେଢ଼ାର ପରିସର କେତେ?

ପୂର୍ବପଟ ମେଘନାଦ ପାଚେରୀର କେତେ ବ୍ୟବଧାନରେ ରହିଛି ସ୍ନାନମଣ୍ଡପ ?

ପାଖେଇ ଆସିଲାଣି ରଥଯାତ୍ରା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏବେଠି ପୁରୀରେ ଭକ୍ତଙ୍କ ସମାଗମ। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରିଥାନ୍ତି। ଏହାସହ ଅନ୍ୟ ସମୟରେ ଠାକୁରଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି ସ୍ନାନମଣ୍ଡପରେ କରାଯାଇଥାଏ।

ଆଜି ଆମେ ଜାଣିବା ସ୍ନାନମଣ୍ଡପ ବିଷୟରେ କିଛି ଅଜଣା କଥା। ସ୍ନାନମଣ୍ଡପ ଶ୍ରୀମନ୍ଦିର ବେଢ଼ାର ଉତ୍ତର-ପୂର୍ବ କୋଣରେ ଓ ଆନନ୍ଦ ବଜାର ପରିସରରେ ଅବସ୍ଥିତ । ଏହା ପୂର୍ବପଟ ମେଘନାଦ ପାଚେରୀର ପ୍ରାୟ ୧୦ ଫୁଟ୍‌ ବ୍ୟବଧାନରେ ରହିଛି। ଏହି ମଣ୍ଡପର ଲମ୍ୱ-ଓସାର ପ୍ରତ୍ୟେକ ୫୫ ଫୁଟ୍‌ ଏବଂ ଉଚ୍ଚତା ଦକ୍ଷିଣପଟରେ ୬ ଫୁଟ୍‌ ୩ ଇଞ୍ଚ ଓ ବାମ ପଟରେ ୬ ଫୁଟ ୬ଇଞ୍ଚ। ବର୍ଗାକୃତି ମଣ୍ଡପର ୪ଟି ପାହାଚ ପରେ ୫ମ ପହାଚ ଉପରେ ଶ୍ରୀଜୀଉଙ୍କର ଆସ୍ଥାନ ବିଦ୍ୟମାନ। ସେହି ଆସ୍ଥାନ ପାଇଁ କଳାମୁଗୁନି ପଥରର ବର୍ତ୍ତୁଳାକାର ପିଣ୍ଡି ୩ଟି ରହିଛି। ପ୍ରତି ପିଣ୍ଡିର ଉଚ୍ଚତା ପ୍ରାୟ ୧ ଫୁଟ।


ଶ୍ରୀଜଗନ୍ନାଥଙ୍କ ପିଣ୍ଡିର ବ୍ୟାସ ୩୯ ଇଞ୍ଚ ଓ ଗୋଲାକାର ଆୟତନ ସାଢ଼େ ୯ଫୁଟ, ସୁଭଦ୍ରାଙ୍କ ପିଣ୍ଡିର ବ୍ୟାସ ୨୪ ଇଞ୍ଚ ଓ ଗୋଲେଇ ଆୟତନ ୬ ଫୁଟ ୫ ଇଞ୍ଚ ଏବଂ ବଳଭଦ୍ରଙ୍କ ପିଣ୍ଡିର ବ୍ୟାସ ସାଢ଼େ ୨୭ ଇଞ୍ଚ ଓ ଗୋଲେଇ ମାପ ୭ଫୁଟ ୩ ଇଞ୍ଚ। ମଣ୍ଡପ ଉପରେ ଥିବା ପ୍ରତ୍ୟେକ ପାହାଚର ଓସାର ୨୬ ଫୁଟ ୪ ଇଞ୍ଚ। ପ୍ରଥମ ପାହାଚର ଓସାର ୩ଫୁଟ ୫ ଇଞ୍ଚ, ଦ୍ୱିତୀୟ ପାହାଚ ୫ ଫୁଟ ୮ ଇଞ୍ଚ, ତୃତୀୟ ପାହାଚ ୩ ଫୁଟ, ଚତୁର୍ଥ ପାହାଚର ଓସାର ୩ ଫୁଟ ୩ଇଞ୍ଚ ଏବଂ ଶ୍ରୀଜୀଉଙ୍କର ଆସ୍ଥାନ ମଣ୍ଡପର ଉଚ୍ଚତା ୬ ଫୁଟ ୩ ଇଇଞ୍ଚ। ମଣ୍ଡପ ଉପରକୁ ଆନନ୍ଦ ବଜାରରୁ ଯିବାକୁ ଉତ୍ତରପଟେ ୯ଟି ଓ ଦକ୍ଷିଣ ଦିଗରେ ୭ଟି ପାହାଚ ଶ୍ରେଣୀ ରହିଛି।

ପ୍ରଭୁଙ୍କର ମୂଳ ଆସ୍ଥାନ ମଣ୍ଡପ ପଛପଟ କାନ୍ଥଠାରୁ ପାହାଚ ଆରମ୍ଭ ପର୍ଯ୍ୟନ୍ତ ସମୁଦାୟ ଅଂଶର ଉଚ୍ଚତା ୨୫ ଫୁଟ ୩ ଇଞ୍ଚ। ଆସ୍ଥାନବେଦୀର ଦକ୍ଷିଣପଟ କୋଣେ ସ୍ନାନଜଳ ଯିବା ପାଇଁ ଛୋଟ ନଳାଟିଏ ଅଛି। ମଣ୍ଡପଟି ସମ୍ପୂର୍ଣ୍ଣ ଧଳା ବଉଳାମାଳା ପଥରରେ ଆଚ୍ଛାଦିତ। ଚିତ୍ରକାରମାନେ ସ୍ନାନବେଦୀ କାନ୍ଥରେ ପଦ୍ମ ଓ ଓଲଟ ପଦ୍ମ ଚିତ୍ରରେ ଚିତ୍ରିତ କରିଥାନ୍ତି। ବିଗ୍ରହମାନେ ଯେତେବେଳେ ଏ ମଣ୍ଡପରେ ବିରାଜମାନ କରିଥାନ୍ତି, ଲକ୍ଷାଧିକ ଭକ୍ତ ସିଂହଦ୍ୱାର ସମ୍ମୁଖରେ ବଡଦାଣ୍ଡରେ ଠିଆ ହୋଇ ଦର୍ଶନ କରିଥାନ୍ତି। ସ୍ନାନଯାତ୍ରାର ସ୍ନାନମଣ୍ଡପରେ ଯେଉଁମାନେ ଭକ୍ତି ସହକାରେ ଦର୍ଶନ କରନ୍ତି, ସେମାନେ ବହୁ ପୁଣ୍ୟଲାଭ କରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
the-perimeter-of-the-snana-mandapa-the-bathing-platform-within-the-jagannath-temple | Argus News