ଏସିଡ୍ ମାଡ଼ରେ ଯୁବକ ଗୁରୁତର, ଫେରାର ଦୁର୍ବୃତ୍ତ
·1 year ago·1 min read

ବାସୁଦେବପୁର ବ୍ଲକ ନାଇକାଣିଡିହି ଥାନା ରାମଚନ୍ଦ୍ରପୁର ଗାଁରେ ଅଘଟଣ । ଘରେ ଶୋଇଥିବା ସମୟରେ ଯୁବକଙ୍କ ଉପରେ ଏସିଡ ପକାଇ ଦୁର୍ବୁତ୍ତ ଫେରାର । ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର, ଭଦ୍ରକ ଓ ପରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି କଲେ ପରିବାର ଲୋକ । ଗୁରୁତର ଯୁବକ ସେହି ଗାଁର ଜଗବନ୍ଧୁ ପଲେଇ ବୋଲି ଜଣାପଡିଛି । ଗତକାଲି ରାତିରେ ସେ ଘରେ ସୋଇଥିବା ସମୟରେ ତାଙ୍କ ଉପରକୁ କେହି ଦୁର୍ବୁତ୍ତ ଏସିଡ ଫିଙ୍ଗି ଦେଇଥିଲେ ।
ଫଳରେ ଜଗବନ୍ଧୁର ମୁହଁ ସମ୍ପୂର୍ଣ ପୋଡି ଯାଇଥିବା ସମୟରେ ତାଙ୍କର ଦେହର କିଛି ଅଂଶମଧ୍ୟ ପୋଡି ଯାଇଛି । ଚିତ୍କାର ଶୁଣି ପରିବାର ଲୋକ ଓ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଓ ଭଦ୍ରକ ମେଡିକାଲ ରେ ଭର୍ତି କରିଥିଲେ । ହେଲେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଛି । ସ୍ଥାନୀୟ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: