Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋରେଖନାଥଙ୍କ ଗର୍ଭଗୃହରେ ଫାଟ, ବର୍ଷା ହେଲେ ଫାଟରେ ବୋହୁଛି ପାଣି

Banajyotshna Ray
Browse all articles by Banajyotshna Ray
·1 year ago
ଗୋରେଖନାଥଙ୍କ ଗର୍ଭଗୃହରେ ଫାଟ, ବର୍ଷା ହେଲେ ଫାଟରେ ବୋହୁଛି ପାଣି

ଅର୍ଗସ ବ୍ୟୁରୋ:  ବାବା ଗୋରେଖନାଥଙ୍କ ଗର୍ଭଗୃହରେ ଫାଟ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ପ୍ରସିଦ୍ଧ ଓ ପୁରାତନ ଶୈବପୀଠ ବିଭୂତି କ୍ଷେତ୍ର ବାବା ଗୋରେଖନାଥଙ୍କ ମନ୍ଦିରର ଗର୍ଭଗୃହରେ ଫାଟ ଦେଖିବାକୁ ମିଳିଛି। ବର୍ଷା ହେଲେ ଫାଟରେ ବୋହୁଛି ପାଣି। ଏନେଇ ମନ୍ଦିର ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା ପ୍ରଶାସନ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସେବାୟତ।


ଯଦି ଏହାର ସମାଧାନ ନହୁଏ ଆଗାମୀ ଦିନରେ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ବୋଲି ସେବାୟତ ମାନେ ଆଶଙ୍କା କରିଛନ୍ତି। ତୁରନ୍ତ ଦେବୋତ୍ତର କମିଶନର ଓ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ସମାଧାନ କରିବା ପାଇଁ ଦାବି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
There is a crack in Gorakhnath temple, water seeps through the cracks when it rains | Argus News