Videos
|
Odisha

ଗାଁକୁ ନାହିଁ ସବୁଦିନିଆ ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗାଁକୁ ନାହିଁ ସବୁଦିନିଆ ରାସ୍ତା

ଅର୍ଗସ ବ୍ୟୁରୋ:  ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ୧ନଂ ୱାର୍ଡ଼ର ଦୁଇ ଗାଁ ବାହାଦଲପୁର ଓ ନଳିତାଗଡ଼ିଆ। ଏ ହେଉଛି ଗାଁକୁ ସଂଯୋଗ କରୁଥିବା ରାସ୍ତା। ଆଜି ଯାଏଁ ଗାଁକୁ ପକ୍କା ରାସ୍ତା ଖଣ୍ଡେ ହେଇ ପାରିଲା ନାହିଁ। ବର୍ଷ ତମାମ ଏହି କଚ୍ଚା ରାସ୍ତାରେ ଯିବା ଆସିବା କରନ୍ତି ଅଞ୍ଚଳବାସୀ।


ବାହାଦଲପୁର ଗାଁର ଲୋକସଂଖ୍ୟା ୧୧୦ । ଚାରିପଟେ ଚାଷଜମି ମଧ୍ୟରେ ରହିଯାଇଛି ଏହି ଛୋଟିଆ ଗାଁ l ଆଜି ଯାଁ ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ l ଆଡ଼ିଆ ଠାରୁ ଜିରିଣାକୁ ଲମ୍ବିଥିବା ମାଟି ରାସ୍ତାରେ ଯିବାପରେ ଚାଷଜମି ହିଡ଼ ରେ ପ୍ରାୟ ୨ଶହ ମିଟର ଗଲାପରେ ଏହି ଗାଁ ପଡ଼େ । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ସଂକୁଳ l ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ଗାଁ ମଝିରେ ପଞ୍ଚାୟତ ପୋଖରୀଟି ଥ‌ିବାରୁ ଗାଁ ମଧ୍ୟରେ ରାସ୍ତା ଆଦୌ ନାହିଁ ବୋଲି କୁହାଯାଏ l

ସେହିପରି ବିଲ ମଝିରେ ଥିବା ଆଉ ଏକ ପଡ଼ୋଶୀ ଗାଁ ହେଉଛି ନଳିତାଗଡ଼ିଆ l ଏହି ଗାଁର ଅବସ୍ଥା ତଦ୍ରୁପ, ରାସ୍ତାଟି ଖାଲଖମାରେ ଭର୍ତ୍ତି । ବର୍ଷା ଋତୁରେ ଏହି ଦୁଇ ଗାଁ ବାହ୍ୟ ଜଗତରୁ ବିଛିନ୍ନ ପ୍ରାୟ ହୋଇ ଯାଇଥାଏ l ବାରାମ୍ବାର ରାସ୍ତା ପାଇଁ ଦାବି ହୋଇ ଆସୁଥିବା ବେଳେ ପ୍ରଶାସନ ସବୁ ଜାଣି ମଧ୍ୟ ରାସ୍ତା ନିର୍ମାଣ କରୁ ନଥିବା ଅଭିଯୋଗ ହୋଇଛି। ୨୪ ବର୍ଷର ପୂର୍ବ ସରକାର ଗାଁ ଗାଁକୁ ବିକାଶ ରଥ ପହଞ୍ଚାଇଥିବା କହି ବାହାବାହି ନେଉଥିବା ବେଳେ ଏହେଉଛି ଉପାନ୍ତର ବାସ୍ତବ ଚିତ୍ର। ଏଠି ପକ୍କା ରାସ୍ତା ପାଇଁ ଗୁହାରି କରି କରି ଲୋକେ ନିରାସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

There is no daily road to the village | Argus News