Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

Odisha

ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

Key Points

ନୂଆବର୍ଷରେ ମହିଳାଙ୍କୁ ଖୁସି ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଆସନ୍ତା ମାର୍ଚ୍ଚ 31 ସୁଦ୍ଧା ଆବେଦନ କଲେ ବି ମିଳିବ ସୁଭଦ୍ରାର ଦୁଇଟି କିସ୍ତି
ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କରିବା ଯାଏଁ ଚାଲିବ ପଞ୍ଜୀକରଣ

ଅର୍ଗସ ବ୍ୟୁରୋ:  ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର। କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ସୁଭଦ୍ରା ଯୋଜନାରେ ଟଙ୍କା ପାଇଁ ହିତାଧିକାରୀ ଆସନ୍ତା ମାର୍ଚ୍ଚ 31 ତାରିଖ ଯାଏଁ କରିପାରିବେ ଆବେଦନ। ମାର୍ଚ୍ଚ 31 ତାରିଖରେ ଆବେଦନ କରିଥିବା ହିତାଧିକାରୀଙ୍କୁ ବି ମିଳିବ 2024-25 ଆର୍ଥିକ ବର୍ଷର ଦୁଇଟି ଯାକ କିସ୍ତି। ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କରିବା ଯାଏଁ ପଞ୍ଜୀକରଣ ଚାଲିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବିଭାଗ ଓ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ମଧ୍ୟରେ ବୈଠକ ସରିଛି । ସୁଭଦ୍ରା ଯୋଜନା ଆବେଦନ କରିବାରେ ମହିଳାଙ୍କୁ ସହାୟତା ପାଇଁ ଅଙ୍ଗନବାଡ଼ି ଦିଦିମାନେ ଗାଁରେ ଘର ଘର ବୁଲୁଛନ୍ତି । କାହାର ୫ ଏକର ଜମି ଅଛି ବା ନାହିଁ, ତାର ସଠିକ୍ ଯାଞ୍ଚ ପାଇଁ ସମୟ ସୀମା ଜାନୁଆରୀ 15 ଯାଏଁ ବୃଦ୍ଧି କରାଯାଇଛି। ତେଣୁ ଜାନୁଆରୀ ୧୫ ପରେ ତାରିଖ ଘୋଷଣା ହୋଇ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ।

ସୁଭଦ୍ରାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇ ଗାଁ ଗାଁରେ ମହିଳାଙ୍କ ମଧ୍ୟରେ ଖୁସିର ଲହରି । ଟଙ୍କା ପାଇବେ କି ନାହିଁ ଆଶଙ୍କାରେ ଥିବା ମହିଳା ଆଶ୍ବସ୍ତ ହୋଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ସବୁ ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରା ସହାୟତା। ଯାହା ଦ୍ବାରା ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା। ଛୋଟ ଛୋଟ ବ୍ୟବସାୟ କରି ଅର୍ଥ ଉପାର୍ଜନ କରୁଛନ୍ତି।

ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ହୋଇଛି। ସେଥିରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This period of disbursal of funds has been extended till January 15 | Argus News