Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଏହି ଗାଁ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଏହି ଗାଁ

ଅର୍ଗସ ବ୍ୟୁରୋ: ସରକାରୀ ଯୋଜନା ଠୁ ବହୁ ଦୂରରେ ପାହାଡି ଗାଁ ଗୋଲାବେଡ଼ା l ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ଅଭିଶାପ୍ତ ଜୀବନ କାଟୁଛନ୍ତି ଦୁର୍ଗମବାସୀ l ବାରମ୍ବାର ଅଭିଯୋଗ ସତ୍ତ୍ଵେ ପଡୁନି ପ୍ରଶାସନ କି ନେତାଙ୍କ ନଜର l ଏ ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନଙ୍ଗଳବୋର୍ଡ଼ ପଞ୍ଚାୟତ ଦୁର୍ଗମ ସୀମାନ୍ତ ଗୋଲାବେଡ଼ା ଗାଁ l ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ କାଟୁଛନ୍ତି ପହରିଆ ସମ୍ପ୍ରଦାୟ l ଆଜି ପର୍ଯ୍ୟନ୍ତ ଗାଁକୁ ପହଁଞ୍ଚି ପାରିନି ବିଦ୍ୟୁତ। ସୋଲାର ଭରସାରେ ରାତି କଟାଉଛନ୍ତି ଅଞ୍ଚଳବାସୀ l


ଦୁର୍ଗମ ଗୋଲାବେଡ଼ାକୁ ଯିବାକୁ ହେଲେ କାମ ଚଳା ମାଟି ରାସ୍ତା ଭରସା l ଜଙ୍ଗଲ ପାହଡ ମଧ୍ୟ ଦେଇ ଏଇ ମାଟି ରାସ୍ତାରେ ଯିବାକୁ ପଡେ। ରାସ୍ତା ର ଏନେକ ସ୍ଥାନରେ ଛୋଟ ଛୋଟ ନାଳ ରହିଛି l କିନ୍ତୁ ପୋଲ ନଥିବାରୁ ନାଳ ପାଣି ଭିତରେ ପସି ଲୋକେ ଆତଯାତ କରନ୍ତି। ପାନୀୟ ଜଳ ବ୍ୟବସ୍ଥା ନକହିଲେ ଭଲ । ଏଯାଏଁ ଗାଁକୁ ବସୁଧା ଅପହଞ୍ଚ। ସୋଲାର ଟ୍ୟାପ ଥିବା ବେଳେ ସେ ବି ଅଚଳ ଫଳରେ ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗାଁରେ ଶିକ୍ଷାଭିତ୍ତିଭୂମି ନାହିଁ କହିଲେ ଚଳେ। ସ୍କୁଲ କି ଅଙ୍ଗନୱାଡି ନଥିବାରୁ ଶିକ୍ଷାରୁ ବଞ୍ଚିତ ସ୍ଥାନୀୟ ପିଲା l ଗାଁର ଅଧିକାଂଶ ଲୋକଙ୍କୁ ମିଳିନି ଆବାସ । ମାଟି କୁଡ଼ିଆ ଘରେ ଖରା ବର୍ଷା ଶୀତ ରେ ବହୁ କଷ୍ଟ ରେ ରହୁଛନ୍ତି ଗୋଲାବେଡ଼ା ବାସୀ l ବର୍ଷ ବର୍ଷ ଧରି ମୌଳିକ ସୁବିଧା ରୁ ବଞ୍ଚିତ ଥିବା ସୀମାନ୍ତ ଗୋଲାବେଡ଼ା ବାସୀଙ୍କ ବିଭିନ୍ନ ସମସ୍ୟା ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି l



Sponsored
This village is deprived of various basic amenities. | Argus News