Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ

Smruti Parija
Browse all articles by Smruti Parija
·2 years ago·1 min read
କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ

କୋରାପୁଟ:  କୋରାପୁଟ ଜିଲ୍ଲା ନାରାୟଣପାଟଣାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ତୀବ୍ର ପବନ ଯୋଗୁଁ ନାରାୟଣପାଟଣା ବ୍ଲକ୍ ମୁଣ୍ଡିଗୁଡ଼ାରେ 2 ଟି ଘର ଓ ମୁଷଳମୁଣ୍ଡା ଗାଁରେ 2 ଟି ଏବଂ କାମ୍ବୀୱାଲ୍ସା ଗାଁରେ 3 ଟି କୁଡ଼ିଆ ଘର ଭାଙ୍ଗି ଚୂର୍ ମାର୍ ହୋଇଥିବା ଖବର ସାମ୍ନାକୁ ଆସିଛି ।  

ଅଞ୍ଚଳରେ ଏକାଧିକ ଜାଗାରେ ଗଛ ପଡ଼ି ଥିବା ସୂଚନା ମିଳିଛି । ସେପଟେ ସଦର ଚମ୍ପିକଟା ସାହି ଓ ଏକାଧିକ ସ୍ଥାନରେ ଥିବା ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଥିବା ସୂଚନା ଦେଇଛନ୍ତି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ । ସକାଳ ହେଲେ କ୍ଷୟକ୍ଷତି ଆକଳନ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ତହସିଲ ବିଭାଗ । କେବଳ ନାରାୟଣପାଟଣା ନୁହେଁ ବନ୍ଧୁ ଗାଁ ବ୍ଲକ୍ ରେ ମଧ୍ୟ କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । 

ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ଆହୁରି 4 ରୁ 5ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ । ଦିନ ତାପମାତ୍ରା 2 ଡ଼ିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କିଛି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ 45 ଡିଗ୍ରୀ କିମ୍ବା ଅଧିକ ପାରଦ ରେକର୍ଡ ସମ୍ଭାବନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
/thunderstorm-at-koraput-narayanpatna | Argus News