ବାଘଛାଲ ଜବତ ଘଟଣା, ଡାକ୍ତର ମହେଶ୍ୱର ଦାସ ଅଟକ
·1 year ago

ଅର୍ଗସ ବ୍ୟୁରୋ: ବାଲେଶ୍ବର ଚାନ୍ଦିପୁର ବନାଞ୍ଚଳ ରେଂଜରେ ବାଘଛାଲ ଜବତ୍ ଘଟଣା। ଭଦ୍ରକର ଡାଇବେଟିସ୍ ସ୍ପେଶାଲିଷ୍ଟ ଡାକ୍ତର ମହେଶ୍ବର ଦାସ ଅଟକ। ବାଘ ଛାଲ କାରବାର ସଂମ୍ପୃକ୍ତିରେ ଡାକ୍ତରଙ୍କୁ ଅଟକ ରଖିଛନ୍ତି ଚାନ୍ଦିପୁର ରେଞ୍ଜ ବନବିଭାଗ। ଗତ ଦୁଇ ଦିନ ତଳେ ବାଘଛାଲ ରାକେଟରେ ୧୧ ଜଣକୁ ଗିରଫ କରି ଜେଲକୁ ଚାଲାଣ କରିଥିଲା ବନ ବିଭାଗ। ପୂର୍ବରୁ ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ ଆଜି ଭଦ୍ରକର ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ବାଘ ଛାଲ କାରବାରରେ ଡାକ୍ତରଙ୍କ ସମ୍ପୃକ୍ତି ଥିବା ସୂଚନା ଦେଇଛନ୍ତି ଚାନ୍ଦିପୁର ରେଜଂ ଅଧିକାରୀଣୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: