ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ
·1 year ago

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ । ଓଡ଼ିଶା ଫେରାଇ ଅଣାଯିବାକୁ କରାଯାଉଛି ବ୍ୟବସ୍ଥା । ପଶ୍ଚିମବଙ୍ଗ ବେଲପାହାଡି ଜଙ୍ଗଲରେ ରହିଛି ଜିନ୍ନତ। ସୁରକ୍ଷା ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ବତନ୍ତ୍ର ଟିମ୍ ସହ ଝାଡଗ୍ରାମ ଜିଲ୍ଲା ବନବିଭାଗ ସହ ମିଶି ଜିନ୍ନତ୍ ର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କିପରି ତାକୁ ସୁରୁଖୁରୁରେ ଶିମିଳିପାଳ ଫେରାଇ ଅଣାଯିବ ସେ ନେଇ ପ୍ରୟାସ ଜାରି ରହିଛି । ସେପଟେ ଏବେ ବି କୁଲଡିହା ଅଞ୍ଚଳରେ ବିଚରଣ କରୁଛି ମହାରାଷ୍ଟ୍ର ବାଘୁଣୀ ଯମୁନା । ସେ ସୁସ୍ଥ ଓ ସକ୍ରିୟ ରହିଛି । ଦୁଇ ବାଘୁଣୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: