Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଜେ ନିଜେ ଚେଷ୍ଟାକର |

Odisha

ନିଜେ ନିଜେ ଚେଷ୍ଟାକର |

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ନିଜେ ନିଜେ ଚେଷ୍ଟାକର |

ଥରେ ଜଣେ ବ୍ୟକ୍ତି ତା’ର ଘୋଡାଗାଡିଟି ନେଇ ସକାଳୁ ସକାଳୁ କୌଣସି କାର୍ଯ୍ୟରେ ବାହାରିଥାନ୍ତି । ହଠାତ୍ ମୂଷଳ ଧାରାରେ ବର୍ଷା ହେବାରୁ ରାସ୍ତା ଘାଟ ପାଣି କାଦୁଅରେ ଭର୍ତ୍ତି ହୋଇଗଲା । ଘୋଡାଗାଡିଟି କିଛିବାଟ ଯାଇଛି କି ନାହିଁ, ତା’ର ଚକ କାଦୁଅରେ ଗଳିଗଲା । ଲୋକଟି ତା’ର ଚାବୁକ୍ ସାହାଯ୍ୟରେ ଘୋଡାକୁ ଯେତେ ପିଟିଲେ ବି କିଛି ଲାଭ ହେଲାନାହିଁ । ଘୋଡା ଟାଣି ଟାଣି ହାଲିଆ ହୋଇଗଲେ ପଛେ, ଚକ କାଦୁଅରୁ ବାହାରିଲା ନାହିଁ କି ଗାଡି ଉପରକୁ ଉଠିଲା ନାହିଁ । ଏହା ଦେଖି ଲୋକଟିର ବୁଦ୍ଧି ହଜିଗଲା ।        ଠିକ୍ ଏତିକିବେଳେ ଭୟଙ୍କର ଝଡତୋଫାନ ସାଙ୍ଗକୁ କଳାହାଣ୍ଡିଆ ମେଘ ମାଡି ଆସିବାରୁ ଲୋକଟି ଅତ୍ୟନ୍ତ ଭୟଭୀତ ହୋଇଗଲା । ସୁତରାଂ ସେ ବିକଳହୋଇ ଭଗବାନଙ୍କୁ ପ୍ରାର୍ଥନା କଲା । କିଛି ସମୟ ପରେ ସତକୁସତ ତାକୁ ଚକିତ କରି ତା’ ଆଗରେ ଭଗବାନ ଠିଆ ହୋଇଗଲେ । ଏଥର ଲୋକଟି ତାଙ୍କର ପାଦତଳେ ଲମ୍ବହୋଇ ପଡିଗଲା ।        ଭଗବାନ ପଚାରିଲେ, “କଥା କ’ଣ ମୋତେ କାହିଁକି ଡାକିଲ?”        ଲୋକଟି କହିଲା, “ମୋ’ ଘୋଡାଗାଡିଟି କାଦୁଅ ଭିତରେ ପଶିଯାଇଛି । ଘୋଡା ଦୁଇଟି ଟାଣିଟାଣି ହାଲିଆ ହୋଇଗଲେଣି ପଛେ ଗାଡିଟି କାଦୁଅରୁ ଉଠୁନାହିଁ । ଆପଣ ଟିକିଏ ସାହାଯ୍ୟ କଲେ ହୁଏତ ବାହାରି ପାରନ୍ତା?”        ଏକଥା ଶୁଣି ଭଗବାନ କହିଲେ, “ତା’ ହେଲେ ଠିକ୍ ଅଛି । ତୁ ପ୍ରଥମେ ତୋ ଜାମା ଖୋଲ । ଘୋଡାଗାଡି ତଳେ ପଶି ଚକର ଅଖ ତଳେ ତୋ କାନ୍ଧ ଲଗେଇ ଠେସିଦିଏ । ତାପରେ ସେଇଠି ରହି ଘୋଡାକୁ ଠେଲ ।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Governor Biswabhushan Harichandan falls ill, admitted to hospital | Argus News