Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ, ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ ରାତି

Ritu Das
Browse all articles by Ritu Das
·1 year ago·2 min read
ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ, ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ ରାତି

ଅର୍ଗସ ବ୍ୟୁରୋ: ଆଜି ଅର୍ଥାତ ୨୦୨୪ ଡିସେମ୍ବର ୨୧ ହେଉଛି ବର୍ଷର ସବୁଠାରୁ ଛୋଟ ଦିନ। ଆଜି ଦିନ ଛୋଟ ଓ ରାତି ଲମ୍ବା ହେବ। ବର୍ଷର ଛୋଟ ଦିନରୁ ହିଁ ଶୀତଦିନ ଆରମ୍ଭ ହୁଏ । ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ। ଆଉ ଦୀର୍ଘତମ ରାତିପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। ଏନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ। ପ୍ରାୟତଃ ଭୁବନେଶ୍ୱରରେ ଡିସେମ୍ବର ୧୫ରୁ ୨୭ ତାରିଖ ଯାଏ ପ୍ରାୟ ୧୨ ଦିନ ଧରି ଦିନର ଲମ୍ବ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୋଇଥାଏ। ଆଜି ସୁନ୍ଦରଗଡ଼ରେ ଦିନ ୧୦ ଘଣ୍ଟା ୪୭ ମିନିଟ୍ ଓ ମାଲକାନଗିରିରେ ଦିନର ଲମ୍ବା ୧୧ ଘଣ୍ଟା ୦୧ ମିନିଟ୍ ରହିବ। ସେହିପରି ଦିଲ୍ଲୀ ଓ କନ୍ୟାକୁମାରୀରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ।


ପ୍ରତିବର୍ଷ ଡିସେମ୍ୱର ୨୨ରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ବା ଦିନର ଲମ୍ବ ବଡ଼ ହେବାକୁ ଆରମ୍ଭ ହୁଏ। ତେଣୁ ଡିସେମ୍ବର ୨୫କୁ ‘ବଡଦିନ’ ରୂପେ ପାଳନ କରାଯାଏ। ସେହିପରି ମାର୍ଚ୍ଚ ୨୨ କିମ୍ବା ୨୩ ତାରିଖ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ଜୁନ ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the shortest day of the year, the night will be 13 hours 5 minutes 36 seconds | Argus News