Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସକାଳର 10 ବଡ଼ ଖବର ସଂକ୍ଷେପରେ...

Odisha

ସକାଳର 10 ବଡ଼ ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ସକାଳର 10 ବଡ଼ ଖବର ସଂକ୍ଷେପରେ...

1- ଆଜି ଜାତୀୟ ମତଦାତା ଦିବସ….୧୪ତମ ଜାତୀୟ ଭୋଟର ଦିବସ ପାଳନ କରୁଛି ଦେଶ...୨୦୧୧ ମସିହାରେ ପ୍ରଥମ ଜାତୀୟ ଭୋଟର ଦିବସ ହୋଇଥିଲା ପାଳନ... ୧୯୫୦ ଜାନୁଆରୀ ୨୬ରେ, କାର୍ଯ୍ୟକାରୀ ହୋଇଥିଲା ଭାରତର ସମ୍ବିଧାନ… ଗଣତନ୍ତ୍ର ପ୍ରତି ବଢୁଛି ଭୋଟରଙ୍କ ଆସ୍ଥା … ପୁରୁଷଙ୍କ ତୁଳନାରେ ମତଦାନରେ ସାମିଲ ହେଉଛନ୍ତି ଅଧିକ ଭୋଟର …
2- ଦେଶବ୍ୟାପୀ ଧୁମଧାମରେ ପାଳନ ହେଉଛି ଜାତୀୟ ପର୍ଯ୍ୟଟନ ଦିବସ.... ନ୍ୟାସନାଲ ଟୁରିଜିମ୍ ଡେ-୨୦୨୫ର ଥିମ୍ ରହିଛି ସାମଗ୍ରିକ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ... ଗତ ୨୪ ବର୍ଷ ବିଜେଡି ଶାସନରେ ସବୁଥାଇ ବି ଓଡ଼ିଶା ପର୍ଯ୍ୟଟନ ହୋଇଛି ବାଟବଣା... ପର୍ଯ୍ୟଟନରେ ଓଡ଼ିଶାକୁ ୩ ନମ୍ବର ରାଜ୍ୟ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରିଛନ୍ତି ଘୋଷଣା... ମୁଖ୍ୟମନ୍ତ୍ରୀ କହିଲେ ଆଗାମୀ ବଜେଟରେ ବି ପର୍ଯ୍ୟଟନ କ୍ଷେତ୍ରକୁ ମିଳିବ ଗୁରୁତ୍ବ....
3- ବିଜେପି ଫୋକସରେ ଦିଲ୍ଲୀ ... ବିଧାନସଭା ନିର୍ବାଚନ ଲାଗି ଜାରି ହେବ ବିଜେପିର ତୃତୀୟ ସଂକଳ୍ପପତ୍ର ... ଦିଲ୍ଲୀର ରାଜୌରୀ ଗାର୍ଡେନ ଏବଂ ତ୍ରୀନଗରରେ ଦୁଇଟି ଜନ ସଭାକୁ ସମ୍ବୋଧିତ କରିବେ ଶାହା...ଆଦର୍ଶ ନଗରରେ ରୋଡ ଶୋ ମଧ୍ୟ କରିବେ କେନ୍ଦ୍ର ଗୃହମନ୍ତ୍ରୀ... ଜାରୁଆରୀ ୭ରେ ପ୍ରଥମ ଓ ଜାନୁଆରୀ ୨୧ରେ ଦ୍ବିତୀୟ ସଂକଳ୍ପ ପତ୍ର ଦଳ ପକ୍ଷରୁ ହୋଇଥିଲା ଜାରି..
4- କୁମ୍ଭମେଳାରେ ସମୀକ୍ଷା କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...୧୦୦ଘଣ୍ଟା ଭିତରେ ଯୋଗୀ ଆଦିତ୍ୟନାଥଙ୍କ ଦ୍ବିତୀୟ ଗସ୍ତ... ୨୯ ରେ ମୌନୀ ଅମାବାସ୍ୟା…. ପ୍ରଶାସନ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ...ଫେବୃଆରୀ ୫ରେ ମୋଦିଙ୍କ କୁମ୍ଭମେଳା ଯିବାର କାର୍ଯ୍ୟକ୍ରମ...
5- ମାତା ବୈଷ୍ଣୋ ଦେବୀ ରେଳ ଷ୍ଟେସନ କାଟାରୁ ଶ୍ରୀନଗର ପର୍ଯ୍ୟନ୍ତ ପ୍ରଥମ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍...କାଶ୍ମୀର ଉପତ୍ୟକାର ଶୀତଳ ଜଳବାୟୁ ଅନୁଯାୟୀ ଟ୍ରେନକୁ କରାଯାଇଛି ସ୍ୱତନ୍ତ୍ର ଡିଜାଇନ୍ ....ଭାରତର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ଅଞ୍ଜୀ ଖାଡ ଓ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍ ଚେନାବ ଉପରେ ଚାଲିବ ଟ୍ରେନ୍
6- ୩୯ ତମ ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ ଓଡିଶାକୁ ଆସିଲା ବଡ଼ ପୁଞ୍ଜି...୩୨ ହଜାର ୭୩୬ କୋଟି ଟଙ୍କାର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ ... ସୃଷ୍ଟି ହେବ ୧୮ ହଜାର ୬୮୮ ନିଯୁକ୍ତି ସୁଯୋଗ...ଜଗତସିଂହପୁର, ସମ୍ବଲପୁର, ଭଦ୍ରକ, ଗଞ୍ଜାମ ଓ ଖୋର୍ଦ୍ଧାରେ ନିର୍ମାଣ ହେବ ଶିଳ୍ପାନୁଷ୍ଠାନ ...
7- ଭାରତ ଆସିବ ମୁମ୍ବାଇ ଆକ୍ରମଣ ଦୋଷୀ ତହିବୁର ରାଣା! ଆମେରିକାର ସୁପ୍ରିମକୋର୍ଟ ପ୍ରତ୍ୟର୍ପଣକୁ ଦେଲେ ମଞ୍ଜୁରୀ
8- ଗ୍ଲାମର ଜୀବନରୁ ସନ୍ନ୍ୟାସିନୀ ହେଲେ ବଲିଉଡର ବିବାଦୀୟ ଅଭିନେତ୍ରୀ ମମତା କୁଲକର୍ଣ୍ଣି....ମମତା ହେଲେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର
9- ଆଜି ଚେନ୍ନାଇରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦.... କୋଲକାତାରେ ପ୍ରଥମ ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ... ସେପଟେ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ ଖେଳିବା ନେଇ ଜାରି ରହିଛି ସସପେନ୍ସ...
୧୦- ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Top 10 Morning News Briefs... | Argus News