Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ବର୍ଷରେ ଉପାନ୍ତ ତିଖାଳି ଡ୍ୟାମରେ ପର୍ଯ୍ୟଟକଙ୍କ ଭିଡ଼

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନୂଆ ବର୍ଷରେ ଉପାନ୍ତ ତିଖାଳି ଡ୍ୟାମରେ ପର୍ଯ୍ୟଟକଙ୍କ ଭିଡ଼

ଅର୍ଗସ ବ୍ୟୁରୋ:  ମନ ମୋହୁଛି ତିଖାଳି। ନୂଆବର୍ଷରେ ଲୋକାରଣ୍ୟ ଉପାନ୍ତ ତିଖାଳି ଡ୍ୟାମ l ଡ୍ୟାମ, ପାର୍କ ବୁଲା, ଭୋଜି ପାତି ଆସର ସହ ବୋଟିଙ୍ଗ ର ମଜା ନେଉଛନ୍ତି ପର୍ଯ୍ୟଟକ l ନୂଆପଡ଼ା ଖଡ଼ିଆଳ ଠାରୁ 15 କିମି ଦୂରରେ ରହିଛି ତିଖାଳି ଡ୍ୟାମ l ପ୍ରାକ-ତିକ ସୌନ୍ଦର୍ଯ୍ୟଭରା ଏହି ଡ୍ୟାମରେ ରାଜ୍ୟ ତଥା ରାଜ୍ୟ ବାହାର ର ହଜାର ହଜାର ପର୍ଯ୍ୟଟକ ଙ୍କ ଭିଡ଼ ଜମୁଛି l ସାଙ୍ଗ ସାଥି, ପରିବାର ଭଲି ବିଭିନ୍ନ ସଙ୍ଗଠନ ରୁ ଆସି ଭୋଜି ପାତି ର ଅସାର ଜମାଇଛନ୍ତି l ନାଚ ଗୀତ ସାଙ୍ଗକୁ ଡୁମାବୁଲା ରେ ଆନନ୍ଦ ର ସହ ତିଖାଳି ଡ୍ୟାମ ରେ ନୁଆବର୍ଷ କୁ ସ୍ୱାଗତ କରିଛନ୍ତି l

ତିଖାଳି ଡ୍ୟାମ ର ବିସ୍ତିର୍ଣ୍ଣ ଜଳ ରାଶି ସମ୍ମଖରେ ଡ୍ୟାମ ଉପରୁ କିଏ ସେଲ୍ଫି ନେଉଛି ତ କିଏ ଫୋଟୋ ଉଠାଇବାରେ ବ୍ୟସ୍ତ l ପାର୍କ ରେ ବୁଲା ବୁଲି କରି ବେଶ ଖୁସି ହେଉଛନ୍ତି ଲୋକେ l ତିଖାଳି ଡ୍ୟାମ ର ସବୁଠୁ ଆକର୍ଷଣୀୟ ବୋଟିଙ୍ଗ l ବିଭିନ୍ନ ପ୍ରକାର ର ବୋଟିଙ୍ଗ କରି ବେଶ ମଜା ନେଉଛନ୍ତି ଲୋକେ l ଚଳିତ ବର୍ଷ ନୁଆବର୍ଷ ରେ ନୂଆପଡ଼ା ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଏବଂ ବାହାର ରାଜ୍ୟର ହଜାର ହଜାର ପର୍ଯ୍ୟଟକ ଙ୍କ ଭିଡ଼ ଜମିଛି l ତିଖାଳି ଡ୍ୟାମ ନୂଆପଡା ପର୍ଯ୍ୟଟନର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଉପାନ୍ତରେ ଥିବା ଏହି ଡ୍ଯାମ ପାଇଁ ବିକାଶ ଆହୁରି ଜରୁରୀ ହୋଇ ପଡିଛି।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tourists visit Tikhali Dam on New Year | Argus News