Videos
|
Odisha

ଚେୟାର ନ ମିଳିବାରୁ ଦୁଇ ନେତ୍ରୀଙ୍କ ମଧ୍ୟରେ ହୋଇଥିଲା କହୁଣୀ ମରାମରି: ଦେବୀ

Banajyotshna Ray
Browse all articles by Banajyotshna Ray
·1 year ago
ଚେୟାର ନ ମିଳିବାରୁ ଦୁଇ ନେତ୍ରୀଙ୍କ ମଧ୍ୟରେ ହୋଇଥିଲା କହୁଣୀ ମରାମରି: ଦେବୀ

ଅର୍ଗସ ବ୍ୟୁରୋ:   ଶଙ୍ଖ ଭବନରେ ବିଜେଡି କନ୍ଦଳ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଦେବୀ କହିଲେ ଚେୟାର ନ ମିଳିବାରୁ ଦୁଇ ନେତ୍ରୀଙ୍କ ମଧ୍ୟରେ ହୋଇଥିଲା କହୁଣୀ ମରାମରି । ତେବେ ଏହି ଘଟଣାରେ ସଭାପତି ହସ୍ତକ୍ଷେପ କରି ଏହାର ସମାଧାନ କରିଛନ୍ତି । ସେ ଆହୁରି କହିଛନ୍ତି, ଉଭୟ ଦୁଇ ଭଉଣୀ ଭଳି, ଏହା ଦୁଇ ଭଉଣୀଙ୍କ ଭିତରେ ବାଦ ବିବାଦ ହେଲା। ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ସାରିଛି।


ତେବେ ଗତକାଲି ପ୍ରତିଷ୍ଠା ଦିବସରେ ବିଜେଡି ଯୁବନେତ୍ରୀ ଇପ୍‌ସିତା ସାହୁଙ୍କୁ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି ରଣା ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁଇ ନେତ୍ରୀଙ୍କ ମଧ୍ୟରେ ହାତାହାତି ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two leaders got into a heated argument over not getting chairs: Devi ranjan tripathi | Argus News