Videos
|
Odisha

ଉଚ୍ଚଶିକ୍ଷା ସହ ସାମାଜିକ ସମସ୍ୟାର ସମାଧାନର ରାସ୍ତା ବାହାର କରୁ ବିଶ୍ୱବିଦ୍ୟାଳୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉଚ୍ଚଶିକ୍ଷା ସହ ସାମାଜିକ ସମସ୍ୟାର ସମାଧାନର ରାସ୍ତା ବାହାର କରୁ ବିଶ୍ୱବିଦ୍ୟାଳୟ

Key Points

ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆହ୍ବାନ
ଉଚ୍ଚଶିକ୍ଷା ସହ ସାମାଜିକ ସମସ୍ୟାର ସମାଧାନର ରାସ୍ତା ବାହାର କରୁ ବିଶ୍ବବିଦ୍ୟାଳୟ
ପାନୀୟ ଜଳ, ସ୍ବାସ୍ଥ୍ୟ, ଚାଷୀ ସମସ୍ୟା, ପରିବେଶ ସୁରକ୍ଷାର ଦାୟିତ୍ବ ନିଅନ୍ତୁ ଛାତ୍ରଛାତ୍ରୀ
ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ୨୦୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଗଠନକୁ ପୂରିବ 100 ବର୍ଷ। ୨୦୪୭ ସୁଦ୍ଧା ଆଉ ପ୍ରାୟ ୨୨ ବର୍ଷ ପରେ ଭାରତ ସ୍ବାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ । ଏହି ଦୁଇ ଦଶନ୍ଧି ଆମ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ବବିଦ୍ୟାଳୟ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ରାଜ୍ୟରେ ସାମାଜିକ, ମୌଳିକ ସମସ୍ୟା ତଥା ପାନୀୟ ଜଳ, ସ୍ବାସ୍ଥ୍ୟ, କ୍ୟାନସରର ମୁକାବିଲା, ଚାଷୀ ସମସ୍ୟାର ସମାଧାନ ବାହାର କରିବା ଦିଗରେ ମଧ୍ୟ ଦାୟିତ୍ବ ନେବା ଦରକାର। ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଏହି ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁର ବିଶ୍ବବିଦ୍ୟାଳୟ ଶୈକ୍ଷିକ, ଗବେଷଣା ଓ ନବସୃଜନର କେନ୍ଦ୍ରବିନ୍ଦୁ । ଏହାର ଚରିତ୍ର ନିରୂପଣ କରିବାର ସମୟ ଆସିଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷାନୀତିର ପରାମର୍ଶ ଅନୁସାରେ ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।ଶିକ୍ଷାନୁଷ୍ଠାନ ପରିସରରେ ସନ୍ଥକବି ଭୀମ ଭୋଇ, ସ୍ବଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Union Education Minister's call on the 58th foundation day of Sambalpur University | Argus News