ବୀରସୁରେନ୍ଦ୍ର ସାଏ ସମ୍ବଲପୁରୀ ନାଟ୍ୟ ମହୋତ୍ସବ ଉଦଯାପନି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ସମ୍ବଲପୁର ଝାଡୁଆପଡାରେ ଅନୁଷ୍ଠିତ ୨୭ତମ ରାଜ୍ୟ ସ୍ତରୀୟ ବୀରସୁରେନ୍ଦ୍ର ସାଏ ସମ୍ବଲପୁରୀ ନାଟ୍ୟ ମହୋତ୍ସବରେ ଉଦଯାପନି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଲେ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଉଦଯାପିତ ଉତ୍ସବରେ ଭାଗନେଇ ନାଟକ ଦଳକୁ ପୁରସ୍କୃତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ରି , ଜୀବନ ଗୋଟିଏ ନାଟକ ଅଟେ। ନାଟକ ଦେଖିବା ପାଇ ହେଲେ ଅବେଗ ଦରକାର । ଜୀବନର ଅବିଭକ୍ତି କୁ ପରିପ୍ରକାଶ କରିବା ହେଉଛି ବଡ ନାଟକ । ସମ୍ବଲପୁର ହେଉଛି ସାଂସ୍କୁତିକ ସହର ।
ଗୀତ, ନାଚ, ଖାଇବା, ପିନ୍ଧିବା, ସମ୍ବଲପୁରୀ ଟେକ୍ସଟାଇଲ ସଂସ୍କୁତିରେ ଅଛି । ସମ୍ଵଲପୁର ଏକ ରଚନାତ୍ମକ ସମାଜ ଅଟେ । ତେବେ ଆଗକୁ ନାଟକ କିଭଲି ଆହୁରୀ ଭଲ ହେବ । ତା ପାଇ ସମାଜ ଭଲ ରହିବ । ବିଭିନ୍ନ ସ୍ତରରେ ନାଟକ କରିବା ପାଇ ଉଦ୍ୟମ କରାଯିବ । ସମ୍ବଲପୁରର ସାଂସ୍କୃତିକ ସମାଜରେ ନାଟକ ଅଛି । ଏଥିପାଇ ବିଭିନ୍ନ ସଂଗଠନ ମିଶି ରୋଡ ମେପ କରି କିଭଲି ଉନ୍ନତି ହେବ ତାର ଚିନ୍ତା କରିବା ।
