ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ

Key Points
ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ
ଶହ ଶହ ଏକର ଜମିରେ ଭିଜିଲା ପାଚିଲା ଧାନ
ଗଜା ହେବା ଆଶଙ୍କାରେ ହତାଶ ଚାଷୀ
କ୍ଷତିପୂରଣ ପାଇଁ ସରକାରଙ୍କ ତତ୍ପରତା
ଚାଷୀଙ୍କ ସ୍ଵାର୍ଥରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ
ବୀମା କମ୍ପାନୀଙ୍କୁ ରାଜସ୍ଵ ମନ୍ତ୍ରୀଙ୍କ କଡା ଚେତାବନୀ
ଅର୍ଗସ ବ୍ୟୁରୋ: ଲଗାତାର ଦୁଇଟି ଦୁଇଟି ଲଘୁଚାପ ବର୍ଷା...ଚାଷୀ ଲାଗି ସାଜିଲା ବଇରୀ...ପାଣିରେ ବୁଡିଲା ପାଚିଲା ଧାନ...ରକ୍ତକୁ ପାଣି କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଆପଣଙ୍କ ସାମନାରେ ଆଠଟି ସ୍ଥାନର ଚିତ୍ର... ଦେଖନ୍ତୁ କେମିତି ନଷ୍ଟ ହୋଇଛି ପାଚିଲା ଧାନ ଓ ପନିପରିବା... ୱିଣ୍ଡୋ ଭିଜୁଆଲ
..ଜଗତସିଂପରୁ ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ନଷ୍ଟ ହୋଇଛି ଧାନ ଚାଷ । କେଉଁଠି ପାଣିରେ ପଡିଥିବା ଧାନ ଗଜା ହୋଇଗଲାଣି ତ ଆଉ କେଉଁଠି ପାଣିରୁ ଧାନ ଛାଣୁଛି ଚାଷୀ । ଆଉ କେଉଁଠି ଅମଳ ଧାନ ବିଲରେ ହିଁ ଗଜା ମାରିଗଲାଣି । ବର୍ଷକର ଆହାର ଆଖି ଆଗରେ ନଷ୍ଟ ହେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଚାଷୀ ।
ଗଜପତି ଜିଲ୍ଲାରେ ବି ସମାନ ସ୍ଥିତି । ବର୍ଷାରେ ଧୋଇ ଯାଇଛି ପାଚିଲା ଧାନ, ଚିନ୍ତାରେ ଚାଷୀ । ଋଣ ଛାଡ ସହ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ୨୦୦ରୁ ଅଧିକ ଚାଷୀ ।କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ସ୍ଥିିତି ଦେଖନ୍ତୁ । ବର୍ଷା ଯୋଗୁଁ ୮ ହଜାର ହେକ୍ଟର ଚାଷ ଜମିରେ ମାଡି ଯାଇଛି ପାଣି । ଧାନ ଭିଜି ନଷ୍ଟ ହେବା ସହ ଧୋଇଯାଇଛି ବୁଣା ଯାଇଥିବା ମୁଗ, ବିରି ବିହନ । ଅନ୍ୟ ପଟେ ବର୍ଷା ପବନରେ ହରଡ଼ ଗଛ ସବୁ ଭୁଇଁରେ ଲୋଟିବା ସହ ଫୁଲ ଝଡ଼ି ପଡିଛି । ସେହିପରି ପନିପରିବା ଚାଷ ବହୁ କ୍ଷତି ହୋଇଥିବା କହିଛନ୍ତି ଚାଷୀ ।
📱 Get Argus News App
✨() ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଛନ୍ତି ପରିବା ଚାଷୀ । ଲଗାଣ ବର୍ଷାରେ ଭିଜି ବାଇଗଣ, ଫୁଲକୋବି ଓ ବନ୍ଧା କୋବି, ପିଆଜ, ଲଙ୍କା, ଆଳୁ ଭଳି ପନିପରିବା ଗଛରେ ପୋକ ଲାଗିବା ସହ ପଚି ଗଲାଣି ।
() ଏସବୁ ଭିତରେ ବର୍ଷାରେ ଧାନ ଫସଲ କ୍ଷତି ସହି ନପାରି କେନ୍ଦ୍ରାପଡା ଡେରାବିଶରେ ଜଣେ ଚାଷୀଙ୍କ ଅକାଳ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗଂଜାମ ଛତ୍ରପୁରରେ ବି ଜଣେ ଫସଲ ନଷ୍ଟ ଦେଖି ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି ।
() ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ଯୋଗୁଁ ଧାନ ଚାଷ କ୍ଷୟକ୍ଷତିର ସ୍ଥିତ ଅନୁଧ୍ୟାନ କରିଛି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା । ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଧାନ ବିଲ ପରିଦର୍ଶନ କରିଛନ୍ତି । ଏହାସହ ଚାଷୀ ମାନଙ୍କ ସହିତ କରିଛନ୍ତି ଆଲୋଚନା । (INGEST) ସେପଟେ ଚାଷୀଙ୍କୁ ଫସଲ ନଷ୍ଟ କ୍ଷତିପୂରଣ ଦେବା ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ରାଜସ୍ଵ ମନ୍ତ୍ରୀ କହିଛନ୍ତି, ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଲଗାତର ବର୍ଷା ଯୋଗୁ କ୍ଷୟକ୍ଷତି ଆକଳନ ହୋଇନି.. ବର୍ଷା କମିବା ପରେ ଆକଳନ କରି ଚାଷୀଙ୍କୁ କ୍ଷତିପୁରଣ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ. ସେପଟେ ଚାଷୀଙ୍କୁ ହଇରାଣ ନ କରିବାକୁ ବୀମା କମ୍ପାନୀଙ୍କୁ ବି ତାଗିଦ କରିଛନ୍ତି ମନ୍ତ୍ରୀ... ସେପଟେ ଏଫଏକ୍ୟୁ ମାନ ନିର୍ଦ୍ଦାରଣ ପାଇଁ ଜିଲ୍ଲାପାଳଙ୍କ ଦାୟିତ୍ବ ଦେଇଛନ୍ତି ସରକାର। ମେରୁଦଣ୍ଡ ତ ଭାଙ୍ଗିଗଲା । ଅଦିନିଆ ବର୍ଷାରେ ଓଦା ଧାନକୁ କେମିତି ମଣ୍ଡିରେ ବିକ୍ରି କରିବେ ଏବେ ତାକୁ ନେଇ ଚିନ୍ତାରେ ଚାଷୀ ।