Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଇଛି ଅଦିନିଆ ବର୍ଷା

Rashmita Mishra
Browse all articles by Rashmita Mishra
·1 year ago·2 min read
ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଇଛି ଅଦିନିଆ ବର୍ଷା

Key Points

ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଇଛି ଅଦିନିଆ ବର୍ଷା

ଆଖି ସାମ୍ନାରେ ପାଣିରେ ଭାସୁଛି ବର୍ଷକର ପରିଶ୍ରମ

ହେକ୍ଟର ହେକ୍ଟର ଚାଷ ଜମିରେ ଭିଜୁଛି ପାଚିଲା ଧାନ

ମଣ୍ଡିରେ ବି ଅବସ୍ଥା ବେହାଲ୍

ରାଜ୍ୟସାରା ଅନ୍ନଦାତାଙ୍କ ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: କାନ୍ଦୁଛି ଚାଷୀ । ଉଜୁଡି ଯାଇଛି କ୍ଷେତରେ ହସୁଥିବା ସୁନାର ଫସଲ । ଅନ୍ନଦାତାଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଅଦିନିଆ ବର୍ଷା । ଏଇ କିଛିଦିନ ତଳେ ହୋଇଥିବା ବର୍ଷା ପାଣି କ୍ଷେତରୁ ଛାଡି ନଥିବାବେଳେ ପୁଣି ବର୍ଷା ମାଡ଼ । ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଲାଗି ରହିଛି ବର୍ଷା। ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଲହଡ଼ି ଭାଙ୍ଗୁଛି । ଦକ୍ଷିଣ, ପଶ୍ଚିମ, ପୂର୍ବ, ଉତ୍ତର ସବୁଠି ବର୍ଷା ବିତ୍ପାତର ଚିତ୍ର । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ଦୃଶ୍ୟ । ବିଲରେ
କଟା ହୋଇଥିବା ଧାନ ବର୍ଷାରେ ଭିଜି ଗଜା ହେବାକୁ ବସିଛି। ସେହିପରି ଦିଗପହଣ୍ଡିରେ ବି ପାଚିଲା ଧାନ ନଷ୍ଟ ହେବା ଦେଖି ଚିନ୍ତାରେ ଚାଷୀ । ଅନ୍ୟପଟେ ରାୟଗଡ଼ାରେ ମଣ୍ଡିରେ ଅବସ୍ଥା ବେହାଲ୍ ହୋଇପଡିଛି ।


ଏପଟେ ଯଦି ପଶ୍ଚିମ ଓଡ଼ିଶା ଉପରେ ନଜର ପକାଇବେ । ଦେଖନ୍ତୁ, କଳାହାଣ୍ଡି ଜିଲ୍ଲାରେ ବି ଚାଷୀ ସ୍ଥିତି ବେହାଲ୍ ହୋଇପଡିଛି । ଜିଲ୍ଲାରେ ୧୫ ଦିନ ପୂର୍ବରୁ ଧାନ ଅମଳ ହୋଇଥିବାବେଳେ ଚାଷୀ ମାନେ କିଏ ଖଳାରେ ଧାନ ଶୁଖାଇ ରଖିଥିଲେ ତ କିଏ ମଣ୍ଡିରେ ନେଇ ସାଇତି ଥିଲା । ହେଲେ ତୁହାକୁ ତୁହା ବର୍ଷା ମାଡ଼ ଖାଇ ଧାନ ସବୁ ନଷ୍ଟ ହେବାକୁ ବସିଲାଣି । ସେହିପରି ଭଦ୍ରକ ଜିଲ୍ଲାରେ ବି ଦୁଇ ଦିନ ହେଲା କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।  ଅନ୍ୟପଟେ ଆସନ୍ତାକାଲି ବି ରାଜ୍ୟରେ ହାଲୁକା ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା । ପୁଣି ଆସନ୍ତା ୨୮ ତାରିଖରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


ଅଦିନିଆ ବର୍ଷାରେ କେଉଁ ଜିଲ୍ଲାରେ କେତେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି, ସେନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି। ଖୁବଶୀଘ୍ର ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:






Sponsored
Unseasonal rains have broken the farmers' hopes | Argus News