Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଦିନିଆ ବର୍ଷା ହଜାଇ ଦେଇଛି ଉଭୟ ଚାଷୀ ଓ ସରକାରଙ୍କ ନିଦ

Odisha

ଅଦିନିଆ ବର୍ଷା ହଜାଇ ଦେଇଛି ଉଭୟ ଚାଷୀ ଓ ସରକାରଙ୍କ ନିଦ

Rashmita Mishra
Browse all articles by Rashmita Mishra
·1 year ago·2 min read
ଅଦିନିଆ ବର୍ଷା ହଜାଇ ଦେଇଛି ଉଭୟ ଚାଷୀ ଓ ସରକାରଙ୍କ ନିଦ

Key Points

ଗୋଟିଏ ବର୍ଷାର ଦୁର୍ଦ୍ଦଶା ଛାଡ଼ିବା ପୂର୍ବରୁ ପୁଣି ବର୍ଷା ଭୟ
ଆଜି ଓ ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ
ଅଦିନିଆ ବର୍ଷା ହଜାଇ ଦେଇଛି ଉଭୟ ଚାଷୀ ଓ ସରକାରଙ୍କ ନିଦ
ହଜାର ହଜାର ହେକ୍ଟର ଜମିରେ ବୁଡ଼ିଛି ଧାନ
ରାଜସ୍ବ ମନ୍ତ୍ରୀ କହିଲେ, ଫସଲ ସୁରକ୍ଷିତ ରଖିବାକୁ କରନ୍ତୁ ଉଦ୍ୟମ
ଫସଲ ନଷ୍ଟ ହୋଇଥିଲେ ମିଳିବ କ୍ଷତିପୂରଣ

ଅର୍ଗସ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସୂଦୃଶ୍ୟ ଲଘୁଚାପ । ଯାହା ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଯଦିଓ ରାଜ୍ୟରେ ସିଧା ସଳଖ ଲଘୁଚାପର ପ୍ରଭାବ ରହିବ ନାହିଁ, କିନ୍ତୁ ପବନର ଗତି ପରିବର୍ତ୍ତନ ଯୋଗୁଁ ବଙ୍ଗୋପସାଗର ଜଳୀୟବାଷ୍ପ ଆସିବ । ଯାହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ମେଘୁଆ ପାଗ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ଖୋର୍ଦ୍ଧା,ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲୁକା ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।


ଚାଷୀଙ୍କୁ ଦାଉ ସାଧିବାରେ ଲାଗିଛି ବର୍ଷା । ଗୋଟିଏ ପରେ ଗୋଟିଏ ବର୍ଷା । ଚାଷୀଙ୍କ ନିଦ ହଜାଇଲାଣି । ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଛନକା ପଶିଛି । ନିଜର ବର୍ଷକର ଅମଳ ଧାନ ଓ କପାକୁ କେମିତି ସୁରକ୍ଷିତ ସ୍ଥାନରେ ରଖିବ ତାହାକୁ ନେଇ ସଜବାଜ ହେଉଛନ୍ତି ଚାଷୀ । ଗତ ବର୍ଷାରେ ଚାଷୀଙ୍କ ଅନେକ ଫସଲ ନଷ୍ଟ ହୋଇଛି । ଗଜପତି ଜିଲ୍ଲାରେ ବି ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ । ଲଗାଣ ବର୍ଷାରେ ପାଚିଲା ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟହେବା ସହ ବେରଙ୍ଗୀ ହୋଇଯାଇଛି । କ୍ଷତିପୂରଣ ଦାବିରେ ପ୍ରାୟ ୨୦୦ ଚାଷୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ବର୍ଷାରେ ଭଦ୍ରକ ଜିଲ୍ଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ, ଆଜି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ପବନ ଓ ଝିପିଝିପି ବର୍ଷା ହୋଇଛି । ଫଳରେ ଭଦ୍ରକ ବ୍ଲକର ରାଆନ୍ଦିଆ ପଞ୍ଚାୟତର ଫିସରୀ ବନ୍ଧ ଅଞ୍ଚଳରେ ଚାଷୀମାନେ ଧାନ କ୍ଷେତରୁ ଧାନ ଉଠାଇବାରେ ଲାଗି ପଡ଼ିଛନ୍ତି । ପୂର୍ବ ବର୍ଷାରେ ବିଲରେ କଟା ହୋଇ ପଡ଼ିଥିବା ଧାନକୁ ସଂଗ୍ରହ କରିବା ପାଇଁ ଜୋରଦାର ଲାଗି ପଡ଼ିଛନ୍ତି । ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଚେଷ୍ଟା କରନ୍ତୁ ଧାନକୁ ସୁରକ୍ଷିତ ରଖିବାକୁ । ନଷ୍ଟ ହୋଇଥିବା ଧାନକୁ କେମିତି ବିକିବୁ, ଏହା ସହ କ୍ଷତିପୂରଣ ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଯାହା ନିୟମ ଅଛି ସେହି ଅନୁସାରେ କ୍ଷତିପୂରଣ ଦିଆଯିବ ।




Argus Whatsapp Channel Mobile Top
Sponsored
Unseasonal rains have ruined the sleep of both farmers and the government. | Argus News