Videos
|
Odisha

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରେ ଝୁଲି ପଡ଼ିଲେ ଛାତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରେ ଝୁଲି ପଡ଼ିଲେ ଛାତ୍ରୀ

Key Points

ହଷ୍ଟେଲରେ ନୃତ୍ୟ ଛାତ୍ରୀଙ୍କ ଆତ୍ମହତ୍ୟା

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନୃତ୍ୟ ଶିକ୍ଷା କରୁଥିଲେ

ଅର୍ଗସ ବ୍ୟୁରୋ: ନୃତ୍ୟରେ ମନ ଜିଣୁଥିଲେ, ହେଲେ ନିଜକୁ ଭଲ ଭାବେ ବୁଝି ପାରିଲେନି । ଆଉ ଶେଷରେ ଅସହାୟ ହୋଇ ନିଜ ଜୀବନ ହାରି ଦେଇଛନ୍ତି । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । 


ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲ ରୁମ୍ ନମ୍ବର ୨୧ରୁ ଛାତ୍ରୀଙ୍କ ମୃତଦେହ ମିଳିଛି । ମୃତ ଛାତ୍ରୀ ଜଣଙ୍କ ଉତ୍କଳିକା ସ୍ଵାଇଁ, ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ସୂଚନା ମିଳିଛି । ଉତ୍କଳିକା ଯୁକ୍ତ ୨ ଦ୍ଵିତୀୟ ବର୍ଷର ନୃତ୍ୟ ଛାତ୍ରୀ ଥିଲେ । ହଷ୍ଟେଲରୁ ଉତ୍କଳିକା ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ହଷ୍ଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ୍ ଥାନା ପୋଲିସ । ତେବେ ଉତ୍କଳିକା କାହିଁକି କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣା ପଡ଼ିନି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହଷ୍ଟେଲ ୱାର୍ଡେନଙ୍କ ସୂଚନା ଅନୁସାରେ, ହଷ୍ଟେଲର ୨୧ ନମ୍ବର ରୁମରେ ୩ ଜଣ ସାଙ୍ଗ ଏକାଠି ରହୁଥିଲେ । ଗତ ୨ ଦିନ ହେଲା ୨ ଜଣ ସାଙ୍ଗ ହଷ୍ଟେଲରେ ନଥିଲେ । ହଷ୍ଟେଲର ଅନ୍ୟ ସାଙ୍ଗମାନେ ସକାଳେ କବାଟ ବାଡ଼େଇବା ସତ୍ତ୍ଵେ ଖୋଲି ନଥିଲେ ଉତ୍କଳିକା । ପରେ କବାଟ ଭାଙ୍ଗିବାରୁ ଉତ୍କଳିକାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା ।


ହଷ୍ଟେଲରୁ କ୍ୟାପିଟାଲ୍ ଥାନା ପୋଲିସ ଉତ୍କଳିକାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି । ଫୋନ୍‌ର ଯାଞ୍ଚ କରାଯିବ ବୋଲି କହିଛି ପୋଲିସ । ଉତ୍କଳିକାଙ୍କ ୨ ସାଙ୍ଗକୁ ପଚରାଉଚରା ସହ ସାଇଣ୍ଟିଫିକ୍ ଟିମ୍ ଦ୍ଵାରା ରୁମ୍ ଯାଞ୍ଚ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।