Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ନୀତିଖୋରଙ୍କୁ ବହିଷ୍କାର ପାଇଁ ଗ୍ରାମବାସୀଙ୍କ ଦାବୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦୁର୍ନୀତିଖୋରଙ୍କୁ ବହିଷ୍କାର ପାଇଁ ଗ୍ରାମବାସୀଙ୍କ ଦାବୀ

Key Points

ଅର୍ଗସରେ ଖବର ବାଜିଲା, ପ୍ରଶାସନ ପଦକ୍ଷେପ ନେଲା
ଗଡ଼ଦେଉଳିଆ ପଞ୍ଚାୟତରେ 15th CFC ରେ ବ୍ୟାପକ ଅନିୟମିତତା
ସାମ୍ନାକୁ ଆସିଲା ୨ ଲକ୍ଷ ୯୮ ହଜାର ୮୯୯ ଟଙ୍କାର ଘୋଟାଲା
ସ୍ଥାନୀୟ ସରପଞ୍ଚ, ପିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କଠୁ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ
ଦୁର୍ନୀତିଖୋରଙ୍କୁ ବହିଷ୍କାର ପାଇଁ ଗ୍ରାମବାସୀଙ୍କ ଦାବୀ

ଅର୍ଗସ ବ୍ୟୁରୋ:  ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଗଡଦେଉଳିଆ ପଞ୍ଚାୟତରେ ବିନା ଫଳକରେ ଲକ୍ଷାଧିକ ଟଙ୍କାର ଫଲ୍ସ ବିଲ୍ କରାଯାଇଥିବା ଘଟଣାକୁ ନେଇ ଗ୍ରାମବାସୀ ପଞ୍ଚାୟତ ଅଧିକାରୀ, ବିଡ଼ିଓ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ...ଖବର ପାଇ ଗ୍ରାଉଣ୍ଡ ଜିରୋରୁ ଆମ ପ୍ରତିନିଧି ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଥିଲେ ...ତେବେ ଅର୍ଗସ୍ ରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଗଡଦେଉଳିଆ ପଞ୍ଚାୟତରେ ପଞ୍ଚଦଶ କେନ୍ଦ୍ରିୟ ଯୋଜନା ତଥା 15th CFC ରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଦେଇଥିଲେ । ଆଉ ତଦନ୍ତ ପରେ ୨ ଲକ୍ଷ ୯୮ ହଜାର ୮୯୯ ଟଙ୍କାର ବ୍ୟାପକ ଅନିୟମିତତା ହୋଇଥିବା ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ତଦନ୍ତକାରୀ ଟିମ୍ । ସରପଞ୍ଚ ବବିତା ସିଂ, ପୂର୍ବତନ ପିଇଓ କାର୍ତ୍ତିକ ସାହୁ , ବର୍ତ୍ତମାନର ପିଇଓ ଶୁଭ୍ରଜ୍ୟୋତି ଦାସ୍ ଏବଂ କନିଷ୍ଠ ଯନ୍ତ୍ରୀ ତପନ ଦାସଙ୍କଠୁ ସାତଦିନ ଭିତରେ ଉକ୍ତ ଟଙ୍କା ଆଦାୟ କରିବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବେତନଟୀ ବ୍ଲକ୍ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି। ସେପଟେ ଏପରି ଦୁର୍ନୀତିଖୋରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସବୁଠାରୁ ବଡ଼ କଥା ପୂର୍ବରୁ ଆମେ ଯେତେବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁଭ୍ରଜ୍ୟୋତି ଦାସ୍ ଙ୍କ ପ୍ରତିକ୍ରିୟା ନେଇଥିଲୁ, ସେତେବେଳେ ସେ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ । ଆଉ ଏବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତଦନ୍ତ ପରେ ଗ୍ରାମବାସୀଙ୍କ ଅଭିଯୋଗର ସତ୍ୟତା ରହିଥିବା ସହ ସରପଞ୍ଚ, ପୂର୍ବତନ ପିଇଓ, କନିଷ୍ଠ ଯନ୍ତ୍ରୀ ଫଲ୍ସ ବିଲ୍ କରି ସରକାରୀ ଅର୍ଥକୁ ଆତ୍ମସାତ କରିଛନ୍ତି ବୋଲି କହିଛନ୍ତି। ତେବେ ସଂମ୍ପୂର୍ଣ୍ଣ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villagers demand removal of corrupt officials | Argus News