Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଳ ଯୋଗାଣ ବ୍ୟବସ୍ଥା ହୋଇଛି ହେଲେ ମିଳୁନି ପାଣି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜଳ ଯୋଗାଣ ବ୍ୟବସ୍ଥା ହୋଇଛି ହେଲେ ମିଳୁନି ପାଣି

ଅର୍ଗସ ବ୍ୟୁରୋ:  ଗଜପତି ମୋହନା ବ୍ଲକ। ମୁଖ୍ୟ ସଡ଼କ ଠାରୁ ଗାଁ ପର୍ଯ୍ୟନ୍ତ ନାହିଁ ପକ୍କା ରାସ୍ତା । ରାସ୍ତା ପାଇଁ ଦୈନିକ ସଂଘର୍ଷ କରୁଛନ୍ତି ଭୁଗୁବାଡି, ଟଙ୍ଗଡାପାଙ୍ଗା , ଲାଣ୍ଡୁ ପାଂଗା,ଆଜିପାଙ୍ଗ ଓ ଗାଟୁଗୁଡ଼ା ଗାଁର ନିରୀହ ଆଦିବାସୀ ମାନେ । ମୌଳିକ ସୁବିଧା ପାଇଁ ଘାଟି ପାହାଡ ରାସ୍ତା ଦେଇ ପଞ୍ଚାୟତ ସମିତିକୁ ଯିବାକୁ ହୁଏ । 60 ରୁ 70 କିଲୋମିଟର ଗଲେ ପଞ୍ଚାୟତ ସମିତି। ଯେଉଁଠି ମିଳେ ସ୍ଵାସ୍ଥ୍ୟ ସେବା। ରାସ୍ତା ଭଲ ନଥିବା ହେତୁ ସ୍ଵାସ୍ଥ୍ୟ ସେବା ଦେବାକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁ ନାହିଁ ।


ଏଠାରେ ଆବାସ ପହଞ୍ଚିବି ନ ପହଞ୍ଚିଲା ଭଳି। ଆର୍ଥିକ ସଙ୍କଟ ଯୋଗୁଁ ଯୋଜନାରେ ସ୍ଥାନ ପାଇଥିବା ହିତାଧିକାରୀ ନିର୍ମାଣ କରିପାରିନାହାନ୍ତି ଆବାସ ଘର । ଆଜିବି ଝିଙ୍କର ଛପର ଘର ବିତୁଛି ଗ୍ରାମବାସୀଙ୍କ ଜୀବନ। ଗାଁରେ ଥିବା ଏହି ନଳକୂପ ଓ ଟ୍ୟାପ ଦେଖି ଭାବୁଥିବେ ଗାଁରେ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ମାତ୍ର ଏହି ଟ୍ୟାପରେ ଦିନ ତମାମ ଅପେକ୍ଷା କଲେ ପାଇବେ ମାଠିଏ ପାଣି । ଗାଆଁରେ ଥିବା ଏଇ ନଳକୂପ ପାଣି ବ୍ୟବହାର ଉପଯୋଗୀ ନୁହେଁ । ଫଳରେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୨୪ ବର୍ଷର ପୂର୍ବ ସରକାର ବିକାଶର ଗୁଣ ଗାନ କରୁଥିବାବେଳେ ଏହି 4 ଖଣ୍ଡ ଗାଁ ଏବେବି ଦୃଷ୍ଟି ଆଢୁଆଳରେ । ଯୋଜନା ଥାଇବି ନାହିଁ ନାହିଁର ଜୀବନ ବଞ୍ଚୁଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Water supply system has been installed but water is not available. | Argus News