Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶୀତ ସାଙ୍ଗକୁ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ଶୀତ ସାଙ୍ଗକୁ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ

ଅର୍ଗସ ବ୍ୟୁରୋ:  ରାଜ୍ୟରେ କିଛି ଦିନ ପ୍ରବଳ ଥଣ୍ଡା ପରେ ବଦଳିଛି ପାଗର ମିଜାଜ୍ । ଶୀତ ସାଙ୍ଗକୁ ଏବେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । 12 ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ।.. ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ବି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weather update in odisha | Argus News