Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାହାଡ ଉପରେ ବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ସ୍ୱାଗତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାହାଡ ଉପରେ ବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ସ୍ୱାଗତ

ଅର୍ଗସ ବ୍ୟୁରୋ:  ଓଡ଼ିଶାର ଉଚ୍ଚତମ ପର୍ବତଶୃଙ୍ଗ ଦେଓମାଳି ପର୍ବତରେ ପର୍ଯ୍ୟଟକ ପଳିଲେ ଜିରୋ ନାଇଟ୍ । ୨୦୨୪କୁ ବିଦାୟ କରିବା ସହ ନୁତନ ବର୍ଷ କୁ ଅଭିନନ୍ଦନ ଜଣାଇଲେ ରାଜ୍ୟର କୋଣଅନୁକୋଣରୁ ଆସିଥିବା ପର୍ଯ୍ୟଟକ। ଓଡିଶାର ହିମାଳୟ କୁହାଯାଉଥିବା ଦେଓମାଳିରେ ଜମିଲା ନୂଆବର୍ଷର ଧୁମ୍। ଜିରୋ ନାଇଟ ସେଲିବ୍ରେସରେ ଉତ୍ସବ ମୁଖର ହେଲା ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ।

ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି...ଏହି ପର୍ବତର ଶିଖର ସ୍ଥାନରେ ପର୍ଯ୍ୟଟକ ମାନେ ଶୀତ ଋତୁରେ ମଜ୍ଜା ନେବା ପାଇଁ ପ୍ରଥମ ପସନ୍ଦ କରିଥାନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭରା ପର୍ବତ ର ତଳମାଳି ଠୁ ଆରମ୍ଭ କରି ଦେଓମାଳୀ ଶୀର୍ଷ ଭାଗ ଠାରେ ପହଞ୍ଚି ପର୍ଯ୍ୟଟକମାନେ କରିଥାନ୍ତି ମନଭରି ଉପଭୋଗ।
ଏଥିପାଇଁ ଶୀତ ଋତୁ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ନବ ବର୍ଷକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ଦେଓମାଳୀ ରେ ପର୍ଯ୍ୟଟକଙ୍କ ନିମନ୍ତେ ରାତ୍ରି ଯାପନ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ସ୍ଵଳ୍ପ ମୂଲ୍ୟ ରେ କଟେଜ, ଡର୍ମିଟରି, ଓ ତମ୍ବୁ ର ବ୍ୟବସ୍ଥା ରହିଛି।

ନୂଆ ସରକାର ଦେଓମାଳି ର ବିକାଶ ପାଇଁ 30 କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହା ଦ୍ବାରା ଦେଓମାଳିର ବିକାଶ ହେବା ସହ ଦେଓମାଳି ପ୍ରତି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Welcome the first sun rise of the year on the hill | Argus News