`ଜଣେ ନାରୀ ସଶକ୍ତ ହେଲେ ପୁରା ପରିବାର ସଶକ୍ତ ହେବ'

ଅର୍ଗସ ବ୍ୟୁରୋ: ଆଜି ପ୍ରଚାର ଓ ରୋଡ ସୋରେ କମ୍ପିବ ରାଜଧାନୀ । ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ବଡ ନେତା ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ । ସକାଳେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା କରିବେ ରୋଡ ସୋ'। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ' ରହିଛି। ବିଜେପିର କେନ୍ଦ୍ରୀୟ ନେତାମାନେ ଓଡିଶାକୁ ଫୋକସ କରିଛନ୍ତି । ଗୋଟିଏ ପଟେ ଆଜି ବିଜେପି ନେତା ଅମିତ୍ ଶାହା ଓଡିଶାରେ ନିର୍ବାଚନ ପ୍ରଚାର କରିବା ସହ କଟରେ ରୋଡ ସୋ କରିଛନ୍ତି । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ତାର ଇସ୍ତାହାରରେ ଦେଇଥିବା ସୁଭଦ୍ରା ଯୋଜନା ବାବଦରେ ଦଳର ମହିଳାକର୍ମୀଙ୍କ ସହ ଆଲୋଚନା କରିଛନ୍ତି।
ଏହି କ୍ରମରେ ଜେ.ପି ନଡ୍ଡା କହିଛନ୍ତି କି, ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହାଜର ଟଙ୍କାର କ୍ୟାସ ଭାଉଚର ଦେବେ । ଜଣେ ନାରୀ ସଶକ୍ତ ହେଲେ ପୁରା ପରିବାର ସଶକ୍ତ ହେବ । ଏବେ ମୋଦୀ ସରକାର କହୁଛନ୍ତି ନାରୀ ନେତୃତ୍ୱରେ ସଶକ୍ତ ହେବ। ନାରୀ ମାନଙ୍କ ଦ୍ଵାରା ସଶକ୍ତିକରଣ କରାଯିବ ବୋଲି ମୋଦି କହିଛନ୍ତି।
ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଯଦି ଜଣେ ବ୍ୟକ୍ତି ସଶକ୍ତ ହେଉଛି କେବଳ ଜଣେ ସଶକ୍ତ ହେବ । ଜଣେ ନାରୀ ସଶକ୍ତ ହେଲେ ପୁରା ପରିବାର ସଶକ୍ତ ହେବ । ଏବେ ମୋଦୀ ସରକାର କହୁଛନ୍ତି ନାରୀ ନେତୃତ୍ୱରେ ସଶକ୍ତ ହେବ । ନାରୀ ମାନଙ୍କ ଦ୍ଵାରା ସଶକ୍ତିକରଣ କରାଯିବ ବୋଲି ମୋଦି କହିଛନ୍ତି । ୨୭ ବର୍ଷ ହେଲା ପଡ଼ି ରହିଥିବା ନାରୀ ବନ୍ଦନ ବିଧେୟକକୁ ୩ ଦିନରେ ପାରିତ କଲେ ମୋଦି । ୨୦୨୯ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ସାଂସଦ ଏବଂ ବିଧାୟକ ହେବେ । ୧୨ କୋଟି ଶୌଚାଳୟ ତିଆରି କରି ୧୨ କୋଟି ମହିଳାଙ୍କୁ ଜୀବନ ସାରା ପାଇଁ ସମ୍ମାନ ଦେଲେ ।
ଆଗାମୀ ଦିନରେ ଗ୍ୟାସ ସିଲିଣ୍ଡର ନୁହେଁ, ଗ୍ୟାସ ପାଇପ ଯୋଗ ଘରେ ପହଞ୍ଚିବ । ଜଳ ଜୀବନ ମିଶନ ହର ଘର ନଲ ସେ ଜଳ ଦେଶରେ ୧୧ କୋଟି ଘର ଏବଂ ଓଡ଼ିଶାରେ ୬୬ ଲକ୍ଷ ଘରକୁ ପାଇପ ଯୋଗେ ପାଣି ପହଞ୍ଚାଇଛନ୍ତି ମୋଦି । ଦେଶକୁ ୪ କୋଟି ପକ୍କାଘର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୫ ବର୍ଷରେ ବିଜୁଳି ବିଲ ଶୂନ୍ୟ ହୋଇଯିବ । ପ୍ରତି ଘର ଉପରେ ପ୍ରଧାନମନ୍ତ୍ରୀ ସୌର ଘର ଯୋଜନାରେ ସୋଲାର ପ୍ୟାନେଲ ଲାଗିବ । ବଳକା ବିଜୁଳିକୁ ବିକ୍ରି କରି ରୋଜଗାର କରିପାରିବେ ଘରର ମହିଳା ।
📱 Get Argus News App
✨ଶିକ୍ଷା କ୍ଷେତ୍ରରେ ୧୮ ପ୍ରତିଶତ ଝିଅଙ୍କ ଆଡମିଶନ ବଢିଛି । ଆଦିବାସୀ ସମାଜରେ ୩୦ ପ୍ରତିଶତ ଆଡ଼ମିଶନ ବଢିଛି । ମହିଳା ମାନଙ୍କୁ ଗର୍ଭ ଧାରଣ ଠାରୁ ଆରମ୍ଭ କରି ପିଲା ଜନ୍ମ ହେବା ଯାଏଁ ସ୍ବାସ୍ଥ୍ୟ ସହାୟତା ଦେଉଛନ୍ତି ମୋଦି ସରକାର । ଦେଶରେ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ସାମରିକ କ୍ଷେତ୍ରରେ ମଧ୍ୟ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର