Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାତ ମାରିଲେ ରାସ୍ତାରୁ ଉଠୁଛି ପରସ୍ତ ପରସ୍ତ ପିଚୁ

Odisha

ହାତ ମାରିଲେ ରାସ୍ତାରୁ ଉଠୁଛି ପରସ୍ତ ପରସ୍ତ ପିଚୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ହାତ ମାରିଲେ ରାସ୍ତାରୁ ଉଠୁଛି ପରସ୍ତ ପରସ୍ତ ପିଚୁ

ଅର୍ଗସ ବ୍ୟୁରୋ: ଦୁର୍ଗମରେ ପକ୍କା ରାସ୍ତା ପ୍ରହସନ । ନିମ୍ନ ମାନର ରାସ୍ତା କାମକୁ ନେଇ ଜନ ଅସନ୍ତୋଷ । କଳା ପିଚିପିଚି ପିଚୁ ରାସ୍ତାକୁ ଦେଖି ଭାବୁଥିବେ ଉପାନ୍ତରେ ରାସ୍ତା ସମସ୍ୟାର ସମାଧାନ ହୋଇଛି। କିନ୍ତୁ ଏଇ କଳା ରାସ୍ତାର କଳା ସାତ ବଖାଣୁଛି ଏଇ ଦୃଶ୍ୟ। ହାତ ମାରିଲେ ଉଠୁଛି ଫଡ଼ା ଫଡ଼ା ପିଚୁ। କେବଳ ଏଇ ଗୋଡିଏ ସ୍ଥାନ କାହିଁକି ପୁରା ରାସ୍ତା କାମ ଏଭଳି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରୁ କଷ୍ଠା, ବାଘଡ଼ା ଦେଇ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା । କୁଜିଡିହି ପଞ୍ଚାୟତ କାଳିଆଶୋଳ ସ୍କୁଲ ଠାରୁ କଷ୍ଠା ଜମ୍ଭିରା ନଦୀ ପର୍ଯ୍ୟନ୍ତ ହୋଇଛି ଏହି ନୂଆ ରାସ୍ତା ନିର୍ମାଣ। ମାତ୍ର ନିର୍ମାଣର ଗୋଟିଏ ଦିନ ପରେ ଏହେଉଛି ରାସ୍ତାର ଅବସ୍ଥା। ରାସ୍ତାରୁ ଉଠୁଛି ଫଡାଫଡା ପିଚୁ। 


ନିର୍ମାଣର ଗୋଟିଏ ଦିନ ପରେ ରାସ୍ତାର ହାଲ ବେହାଲ। ଅଳ୍ପ କିଛି ଗାଡିମଟର ଗଲା ପାରେ ସମ୍ପୂର୍ଣ ରାସ୍ତାରୁ ପିଚୁ ଉଠିଗଲା। ରାସ୍ତା ଯାକ ଗୋଡି ଧୂଳି ମୟ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୁର୍ବରୁ ଏହି ରାସ୍ତାର ଅବସ୍ଥା ଭଲଥିଲା। ମାତ୍ର ଅର୍ଥ ଲୁଟ ଆଳରେ ମରାମତି କରାଯାଇ ରାସ୍ତାର ଦୁରାବସ୍ତା କରାଯାଇଛି। ଦୁର୍ଗମରେ ଦୁର୍ନୀତିର ଚରମ ସୀମା ପାର। ଗୋଟିଏ ଦିନବି ତିଷ୍ଠୁନି ସରକାରୀ କାମ। ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ହେଉଠି ଲକ୍ଷାଧିକ ଟଙ୍କା ଚଳୁ। ଏପଟେ ଯୋଜନା କାର୍ଯ୍ୟକାରୀ ହୋଇବି ଲୋକେ କାଟୁଛନ୍ତି ଦୁର୍ଦିନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
When you clap your hands, a huge pile of dirt rises from the road | Argus News