୭ ମାସ ହେବ କେଉଁଠି ଶୋଇଥିଲା ବିଜେଡି ?

Key Points
କାହିଁକି ଏଭଳି କହିଲେ ?
ନବୀନଙ୍କ ଉଦେଶ୍ୟ କ'ଣ ?
କ'ଣ ରହିଛି ଏହା ପଛରେ ରହସ୍ୟ ?
ହଠାତ୍ ନବୀନ ବାଲଟ ପେପର ସପକ୍ଷରେ କାହିଁକି ଦେଲେ ମତ ?
୭ ମାସ ପରେ ହଠାତ୍ କାହିଁକି ଏଭଳି ପଦକ୍ଷେପ ନେଲା ବିଜେଡି ?
୭ ମାସ ହେବ କେଉଁଠି ଶୋଇଥିଲା ଦଳ ?
ଯଦି ଫଳାଫଳ ଓ ଗଣତି ଉପରେ ସନ୍ଦେହ ଥିଲା ତେବେ ଆରମ୍ଭରୁ କହିନଥିଲା କାହିଁକି ?
ଆଉ ଏବେ କାହା ଇଶାରାରେ ଏମିତି କରୁଛି ?
ହାରିବାର ୭ ମାସ ପରେ ଏବେ EVMକୁ ଦୋଷ ଦେଉଛନ୍ତି କି ନବୀନ ?
ପରାଜୟକୁ ଏବେ ବି ସ୍ବୀକାର କରିପାରୁନି କି ବିଜେଡି ।
ମନରୁ ଯାଇନି କି ପୁରୁଣା କ୍ଷମତା ଲୋଭ ।
ଅର୍ଗସ ବ୍ୟୁରୋ: ନିର୍ବାଚନ ଫଳାଫଳ ପରେ ମୁହଁରେ ପରାଜୟ ସ୍ବୀକାର କରିଥିଲେ ବି ମନରୁ କିନ୍ତୁ ପରାଜୟ ସ୍ବୀକାର କରିପାରି ନାହିଁ ବଜେଡି । କାରଣ ଏବେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇଭିଏମ୍ର ସ୍ବଚ୍ଛତାକୁ ନେଇ ଉଠାଇଲେଣି ପ୍ରଶ୍ନ । ଦଳର ପ୍ରତିଷ୍ଠା ଦିବସ ଉତ୍ସବରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ନବୀନ କହିଛନ୍ତି, ଆମେ ଇଭିଏମ୍ ନୁହେଁ ବରଂ ବାଲଟ ପେପର ସପକ୍ଷରେ ଅଛୁ । ତେବେ କାହିଁକି ଏଭଳି କହିଲେ ? ନବୀନଙ୍କ ଉଦେଶ୍ୟ କ'ଣ ? କ'ଣ ରହିଛି ଏହା ପଛରେ ରହସ୍ୟ ? ହଠାତ୍ ନବୀନ ବାଲଟ ପେପର ସପକ୍ଷରେ କାହିଁକି ଦେଲେ ମତ ? ତାକୁ ନେଇ ଏବେ ରାଜନୀତି ମହଲରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା ।
ଖାଲି ସେତିକି ନୁହେଁ, ନବୀନ ବିଜେପିକୁ ମଧ୍ୟ କରିଛନ୍ତି ଟାର୍ଗେଟ । ସେ କହିଛନ୍ତି, EVM ନେଇ ବିଜେପି କାହିଁକି ଏମିତି ଛାନିଆ ହେଉଛି । କେହି ତାଙ୍କୁ ନେଇ ଆକ୍ଷେପ କରି ନାହାନ୍ତି । ବିଜେପିର ଏଭଳି ଆଚରଣ ସୂଚାଉଛି ଯେ `ଠାକୁର ଘରେ କିଏ, ମୁଁ କଦଳୀ ଖାଇନି' । କିଛି ଦିନ ପୂର୍ବରୁ ଅର୍ଥାତ ନିର୍ବାଚନ ଫଳାଫଳର ୭ ମାସ ପରେ ବିଜେଡି ଅନୁଭବ କଲା, ଗତ ନିର୍ବାଚନରେ ଅନିୟମିତତା ହୋଇଛି । ଆଉ ତାପରେ ଦଳ ପକ୍ଷରୁ କରାଗଲା ସାମ୍ବାଦିକ ସମ୍ମିଳନୀ । ଆଉ କୁହାଗଲା ଭୋଟ ଗଣତିରେ କରାଯାଇଛି ହେରଫେର୍ । ଯାହାକୁ ବିଜେପି ନେତା କରିଥିଲେ କାଉଣ୍ଟର ।
📱 Get Argus News App
✨ତେବେ ଏଠି ପ୍ରଶ୍ନ ଉଠୁଛି, ୭ ମାସ ପରେ ହଠାତ୍ କାହିଁକି ଏଭଳି ପଦକ୍ଷେପ ନେଲା ବିଜେଡି । ୭ ମାସ ହେବ କେଉଁଠି ଶୋଇଥିଲା ଦଳ ? ଯଦି ଫଳାଫଳ ଓ ଗଣତି ଉପରେ ସନ୍ଦେହ ଥିଲା ତେବେ ଆରମ୍ଭରୁ କହିନଥିଲା କାହିଁକି ? ଆଉ ଏବେ କାହା ଇଶାରାରେ ଏମିତି କରୁଛି ? ଅନ୍ୟପଟେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି BJD ହାରିଲା ବୋଲି ଏବେ ଇଭିଏମ୍କୁ ଦୋଷ ଦେଲେଣି ନବୀନ ।
ଅଧିକ ପଢ଼ନ୍ତୁ ରାଜନୀତି ଖବର: