Videos
|
Odisha

ବ୍ୟାପିଲା ଝାଡାବାନ୍ତି, ୧୫୦ ଆକ୍ରାନ୍ତ

Ritu Das
Browse all articles by Ritu Das
·1 year ago·1 min read
ବ୍ୟାପିଲା ଝାଡାବାନ୍ତି, ୧୫୦ ଆକ୍ରାନ୍ତ

ଅର୍ଗସ ବ୍ୟୁରୋ: ଅଦିନରେ ବ୍ୟାପିଲା ଝାଡାବାନ୍ତି, ଝାଡାବାନ୍ତି ରେ 150 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆକ୍ରାନ୍ତ, ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଜବାହାର ନବୋଦୟ ବିଦ୍ୟାଳୟରେ ବ୍ୟାପିଛି ଝାଡାବାନ୍ତି ବିଦ୍ୟାଳୟର 150 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବେ ଆକ୍ରାନ୍ତ ହେଇଥିବା ସୂଚନା ମିଳିଛି। ଗତକାଲି 9 ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଆଜି ପୁଣି ସମସ୍ତଙ୍କର ଝାଡା ବାନ୍ତି ହେଉଥିବା ଖବର ପାଇ ଏକ ଡାକ୍ତରୀ ଟିମ ବିଦ୍ୟାଳୟ ପହଞ୍ଚିବାବେଳେ 150ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଭଳି ଡାଇରିଆରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଡାକ୍ତରି ଟିମ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି।


କେଉଁ ପରିସ୍ଥିତିରେ ଏହି ଝାଡା ବାନ୍ତି ବ୍ୟାପିଛି ତାର କାରଣ ଜଣା ପଡି ନ ଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ ପାଣି ଆଉ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠେଇଥିବା ଜଣାପଡିଛି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Widespread diarrhea, 150 cases | Argus News